ବେଲଗୁଣ୍ଠାରେ କ୍ଷମତା ଏକ୍ସପ୍ରେସ

ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍‌): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ପଂଚାୟତ କାର୍ଯ୍ୟାଳୟ ଠାରେ କ୍ଷମତା ଏକ୍ସପ୍ରେସ ପହଞ୍ଚିବା ପରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ନିମନ୍ତେ ଓଡିଶା ସରକାର ଓ ସ୍ୱାସ୍ଥ ବି ।ନ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ରାଜେନ୍ଦ୍ର ଗୈାଡ,ରିତାଞ୍ଜଳି ପ୍ରଧାନ,ଓ ଗୋବରା ସରପଂଞ୍ଚ,ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।ଏହି ଅବସରରେ ୩ ଟି ପଂଚାୟତର ଭିନ୍ନକ୍ଷମ ଚିହ୍ନଟ,ବିଭିନ୍ନ ପରୀକ୍ଷା ସହ ନିରୁପଣ ଏବଂ ଶିକ୍ଷାବୃତ୍ତି ସମ୍ବନ୍ଧୀୟ ପରାମର୍ଶ ସହ ପଞ୍ଜିକରଣ କରାଯାଇଥିଲା । ଏଥିରେ ପଂଚାୟତ ନିର୍ବାହୀ ଅଧିକାରୀ ରାଜେଶ ବେହେରା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ