ବେଲଗୁଣ୍ଠାରେ ବିପର୍ଯ୍ୟୟ ପରିଚାଳନା ତାଲିମ୍ ଶିବିର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ପାଇଁ ବେଲଗୁଣ୍ଠା ବ୍ଳକ୍ ମନ୍ଦାର ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଏକ ବିପର୍ଯ୍ୟୟ ପରିଚାଳନା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ତାଲିମ୍ ଶିବିରରେ ଟାସ୍କ୍ ଫୋର୍ସ୍ ମାନଙ୍କୁ ବିପର୍ଯ୍ୟୟ୍ ପରିଚାଳନା ସମ୍ପର୍କରେ କାମଧେନୁ ସେବା ସମିତି ଏନଜିଓ ପକ୍ଷରୁ ତାଲିମ୍ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ,ବାତ୍ୟା ଆଶ୍ରୟସ୍ଥଳୀ ସଭାପତି ତଥା ସ୍ଥାନୀୟ ସରପଞ୍ଚ ଶୁକଦେବ ସ୍ୱାଇଁ, କାମଧେନୁ ସେବା ସମିତି ଏନଜିଓ ସମ୍ପାଦକ ସୁଶାନ୍ତ କୁମାର ପୋଲାଇ ପ୍ରମୁଖ ଊପସ୍ଥିତ ଥିଲେ I ନୋଡ଼ାଲ୍ ଏନଜିଓ ଟୁନା ମହାରଣାଙ୍କ ନେତୃତ୍ୱରେ ଟ୍ରେନର୍ ଗଣେଶ ଚନ୍ଦ୍ର ନାୟକ ଏବଂ ଅରୁଣ କୁମାର ପଟ୍ଟନାୟକ ତାଲିମ୍ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ସାଧରଣତଃ ବିପର୍ଯ୍ୟୟ ପ୍ରପୀଡ଼ିତଙ୍କୁ ଠାବ ଏବଂ ଉଦ୍ଧାର,ପ୍ରାଥମିକ ଚିକିତ୍ସା, ଆଶ୍ରୟସ୍ଥଳୀର ବ୍ୟବହାର ସଂପର୍କରେ ତାଲିମ୍ ପ୍ରଦାନ କରାଯାଇଥୁବା ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ