ବେଲଗୁଣ୍ଠା କଂସାରୀ ସାହିରେ ପଞ୍ଚଶମ୍ଭୁ ମହାମିଳନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପରମ୍ପରା ସଂସ୍କୃତି ସମ୍ପୁର୍ଣ୍ଣ ଗଞ୍ଜାମର ଗଣପର୍ବ ଦଣ୍ଡ ଯାତ୍ରା ପାଇଁ ଗଞ୍ଜାମ ମାଟିରେ ଉଠୁଛି ଓ ପଡୁଛି । ଗଞ୍ଜାମ ଜିଲ୍ଲାର ଗାଁ ଗହଳି ଗଳି କନ୍ଦିରେ ଗୁଂଜରିତ ହେଉଛି କଳା ରୁଦ୍ର ମଣିଙ୍କୁଙ୍କୁ ଭଜ ହେ ଧ୍ଵନି ।ଏହି ଅବସରରେ ବେଲଗୁଣ୍ଠା କଂସାରୀ ସାହି ଠାରେ ମହାସମାରୋହରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଅନୁଷ୍ଠିତ ହୋଇଯାଇଅଛି ପଞ୍ଚୁ ଦଣ୍ଡ ମହୋତ୍ସବ ତଥା ପଞ୍ଚ ଶମ୍ଭୁ ମହାମିଳନ । କଂସାରୀ ସାହି ବାସିନ୍ଦା ଲକ୍ଷ୍ମୀ ନାରାୟଣ ପାତ୍ରଙ୍କ ମାନସିକ ପ୍ରକାରେ ସାହି ବାସିନ୍ଦାଙ୍କ ସହଯୋଗରେ ଏହି ଯାତ୍ରା ଆୟୋଜନ କରିଥିଲେ ।ଆଜି ସକାଳୁ ୬ ଟା ବେଲଗୁଣ୍ଠା ନଗରବାସୀ ଓ କଂସାରୀ ସାହି ବାସିନ୍ଦା ଏକ ବିରାଟ ଶୋଭାଯାତ୍ରାରେ ବେଲଗୁଣ୍ଠା ବ୍ଳକ ପଡିଆକୁ ଯାଇ ବେଲଗୁଣ୍ଠା ଖଦାଳ ସାହି,ବାଣତୁମ୍ବ, ନୂଆଗାଁ,ଚଢିଆପଲ୍ଲୀ,ନିମ ପଦର ର ଦଣ୍ଡକାଳୀଙ୍କୁ ନିମନ୍ତ୍ରଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । କଂସାରୀ ସାହି କମିଟି ଦ୍ୱାରା ନିମନ୍ତ୍ରିତ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।ମଧ୍ୟାହ୍ନରେ ଧୂଳି ଦଣ୍ଡ ,ପାଣି ଦଣ୍ଡ ତଥା ପଞ୍ଚ ଶମ୍ଭୁ ଙ୍କ ମହାମିଳନ ଅନୁଷ୍ଠିତ ହୋଇଥିଲା ।ଏହି ମହାମିଳନ ଦେଖିବା ପାଇଁ ଆଖପାଖର ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇ ମାତୃକୃପା ଲାଭ କରିଥିଲେ ।ଡାକବଜି ଯନ୍ତ୍ର ଦ୍ୱାରା ଯାତ୍ରାର ଧାରା ବିବରଣୀ ପ୍ରଦାନ କରିବା ସହିତ ସଚେତନତା ବାର୍ତ୍ତା ଦିଆଯାଉଥିଲା । ବେଲଗୁଣ୍ଠା ସତ୍ୟ ସାଇ ସେବା ସମିତି ତରଫରୁ ଭକ୍ତ ମାନଙ୍କୁ ଦହିପଣା ବଣ୍ଟନ କରିବା ସହିତ ଥଣ୍ଡା ଜଳ ସିଞ୍ଚନ କରାଯାଇଥିଲା ।ଅପରାହ୍ନରେ ପଞ୍ଚଶମ୍ଭୁ ବେଲଗୁଣ୍ଠା ସହର ପରିକ୍ରମା କରି ବ୍ଳକ୍ ପଡ଼ିଆରେ ନିଜ ନିଜ ଆସ୍ଥାନକୁ ପ୍ରସ୍ଥାନ କରିଥିଲେ କରିଥିଲେ । ରାତ୍ର ବିଳମ୍ବିତ ପ୍ରହରରେ ଅମୃତ ସଦୃଶ ପ୍ରସାଦ ସେବନ ପାଇଁ ୩୦୦୦ ଲୋକଙ୍କ ବ୍ୟବସ୍ଥା କଂସାରୀ ସାହି କମିଟି ଦ୍ବାରା ହୋଇଥିଲା । ରାତିରେ ଅଗ୍ନି ଦଣ୍ଡ ଓ ପ୍ରଭା ନୃତ୍ୟ ଅନୁଷ୍ଠିତ ହେବା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅତିଥି ଭାବେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଏନ୍ଏସି ଉପାଧ୍ୟକ୍ଷା ଟି ବବିତା କୁମାରୀ, ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର,ବିଜେଡି ମୁଖପାତ୍ର ଓମ୍ ପ୍ରକାଶ ସାହୁ, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା, ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, କାଉନସିଲର ଦିବ୍ୟ ରଞ୍ଜନ ଦାଶ, ଦିଲ୍ଲୀପ କୁମାର ଆଚାରୀ,ବିଶ୍ୱନାଥ ଦଳେଇ, ପ୍ରଦୀପ କୁମାର ସେଠୀ, ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର ,ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ଚିଦାନନ୍ଦ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାଉନସିଲର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଞ୍ଚୁଦଣ୍ଡ ମହୋତ୍ସବ କମିଟି ସଭାପତି ରବୀନ୍ଦ୍ରନାଥ ଚୌଧୁରୀ,କର୍ତ୍ତା ଚିନଂ ଲକ୍ଷ୍ମୀ ନାରାୟଣ ପାତ୍ର, ଶଙ୍କର ନାରାୟଣ ପାତ୍ର,ରବି ନାରାୟଣ ପାତ୍ର ଓ ବଦ୍ରି ନାରାୟଣ ପାତ୍ରଙ୍କ ପରିବାର ସମେତ ଉପାଧ୍ୟକ୍ଷା ପ୍ରତିନିଧି ଚିନଂ ଲିଙ୍ଗରାଜ ପାତ୍ର, ପୁର୍ବତନ କାଉନସିଲର ଚିନଂ ଯତୀନ କୁମାର ପାତ୍ର, ମହେନ୍ଦ୍ର ପାତ୍ର,ଦିପକ ପତି, ଗୋପାଳ ପାତ୍ର, ମନୋଜ କୁମାର ପାତ୍ର, ବାଳକୃଷ୍ଣ ପାତ୍ର, କଂସାରୀ ସାହି ଯୁବକ ସଂଘ ପ୍ରମୁଖ ପରିଚାଳନା କରିଥିଲେ । ବେଲଗୁଣ୍ଠା ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲା ।