ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ଉପ ନିର୍ବାଚନର ଗଣତି ଆଜି
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ ର ପ୍ରାକ୍ତନ ଅଧକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ପରଲୋକ ହେବା ପରେ ସରକାରଙ୍କ ନିର୍ଦେଶ କ୍ରମେ ଗତ ଜାନୁୟାରି ମାସ ତିରିଶି ତାରିଖରେ ବେଲଗୁଣ୍ଠା ପଞ୍ଚାୟତ ସମିତିର ଅଧକ୍ଷ ପଦବୀ ପାଇଁ ବିଜେଡି ସମଥିତ ପ୍ରାର୍ଥୀ ମମତା ଭୋଳ ଓ ବିଜେପି ସମର୍ଥତ ପ୍ରାର୍ଥୀ ଗିତାଞ୍ଜଳି ବିଷୋୟୀ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ସମର୍ଥିତ ୯ ଜଣ ସମିତି ସଭ୍ଯ ଓ ବିଜେପି ସମଥିତ ୮ ଜଣ ସମିତିସଭ୍ଯ ମତଦାନ କରିଥିଲେ ।ସର୍ବମୋଟ ୧୭ ଜଣ ସମିତି ସଭ୍ୟ ବେଲଗୁଣ୍ଠା ସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ର ଠାରେ ନିଜର ମତଦାନ କରିଥିଲେ ।ଉପ-ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିଲେ ମଧ୍ୟ ସେହିଦିନ ଗଣତି କରାଯାଇନଥିଲା ।ଉପନିର୍ବାଚନ ପରେ ଭୋଟ ବାକ୍ସକୁ ସିଲ କରାଯାଇ ଭଞ୍ଜନଗର ଟ୍ରେଜେରିର ଟ୍ରଙ୍ଗ ରୁମ ରେ ରଖାଯାଇଥିଲା ।ଗଣତି ସ୍ଥଗିତ ରହି ବିଳମ୍ବ ହେବାରୁ କିଛି ଦିନ ତଳେ ବିଜେଡ଼ି ପକ୍ଷରୁ ଭୋଟ୍ ଗଣତି ଏବଂ ଫଳାଫଳ ପ୍ରକାଶ ପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲା । ବିଜେଡ଼ି ପକ୍ଷରୁ ହୋଇଥିବା ଅପିଲର ବିଚାର କରି ମାନ୍ୟବର ଅଦାଲତ ତୁରନ୍ତ ଗଣତି କରି ଫଳାଫଳ ଘୋଷଣା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ସୋମବାର ଦିନ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରିବାକୁ ନିଷ୍ପତି ନେଇଛି ।କୋର୍ଟ୍ ଙ୍କ ନିର୍ଦ୍ଦେଶ ପ୍ରକାରେ ସୋମବାର ଷ୍ଟ୍ରଙ୍ଗ୍ ରୁମ ରେ ସିଲ୍ ହୋଇ ରହିଥିବା ଭୋଟ୍ ବାକ୍ସ୍ ଖୋଲାଯାଇ ଭୋଟ୍ ଗଣତି ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଉଭୟ ପ୍ରାର୍ଥୀ ନିଜ ସପକ୍ଷରେ ଫଳ ପ୍ରକାଶ ପାଇବା ନେଇ ଆଶାବାଦୀ ଅଛନ୍ତି ।