ବୈଠକର ଏପାଖସେପାଖ
ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ବୁଧବାର ଦ୍ୱିତୀୟ ସମନ୍ୱୟ ବୈଠକ ନିଳାଦ୍ରୀ ଭକ୍ତନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ସେଥିପାଇଁ ସେମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକ ସୁବିଧା ଓ ସୁଯୋଗ ଯୋଗାଇବା ପାଇଁ ବୈଠକରେ ଆଲୋକପାତ କରାଯାଇଥିଲା । ବିଶେଷ କରି ବୈଠକରେ ବାତ୍ୟା ଫାନି ପ୍ରଭାବରେ ପୁରୀ ସହର ଛାରଖାର ହେବା ସହିତ ଶ୍ରୀହୀନ ହୋଇପଡିଛି । ତେଣୁ ରଥଯାତ୍ରା ପୂର୍ବରୁ କିପରି ସହରର ସ୍ଥିତି ବଦଳିବ ସେ ନେଇ ସମସ୍ତଙ୍କ ସହଯୋଗ ଆବଶ୍ୟକ । ଉକ୍ତ ବୈଠକରେ ଆଲୋଚନା ହୋଇଥିବା କିଛି ଘଟଣା ତଳେ ଉପସ୍ଥାପନ କରାଯାଇଛି ।


