କଳାକାରଙ୍କୁ କଳା ପ୍ରଦର୍ଶନ ସୁଯୋଗ ଦିଆନଯାଏ ତେବେ ଆନ୍ଦୋଳନ କରାଯିବ
ବ୍ରହ୍ମପୁର,(ଅନିଲ କୁମାର): କଳାକାରଙ୍କୁ ଆଗାମୀ ୧୨ ତାରିଖ ସୁଦ୍ଧା କଳା ପ୍ରଦର୍ଶନ ପାଇଁ ସୁଯୋଗ ଦିଆନଯାଏ ତେବେ ଗଣ ଆନ୍ଦୋଳନରେ ରୁପାନ୍ତର କରାଯିବ ବୋଲି ଓଡ଼ିଶା ଚ୍ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି ।ରବିବାର ଗୋସାଇଁନୂଆଗାଁ ମାଁ କାଳୁଆ ହୋଟେଲ ସଭା କକ୍ଷଠାରେ ସଭାପତି ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଚ୍ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚ୍ଚିବ ସୁବାସ ଚନ୍ଦ୍ର ସାହୁ ରୋସନ, ଦଣ୍ଡନାଟ ମହାସଂଘ ସଭାପତି ଶିବରାମ ପ୍ରଧାନ, ମା’କୁରେଇଶୁଣି ଲୋକକଳା ନିର୍ଦ୍ଦେଶକ ସଂଘ ସଭାପତି ଜି.ରାଜେନ୍ଦ୍ର ରେଚ୍ଛୀ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ୟ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ୟ୍ୟ, ଗଞ୍ଜାମ ଜିଲ୍ଳା ବରିଷ୍ଠ କଳାକାର ସଂଘ କାର୍ୟ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ୟ୍ୟ, ଗଞ୍ଜାମ ଜିଲ୍ଲା ଶବ୍ଦାଲୋକ ସଂଘର ଉପସଭାପତି ଧୃବ କୁମାର ପ୍ରଧାନ, କିନ୍ନର ସଂଘର ସଭାପତି ଶାନ୍ତିଲତା ପଣ୍ଡା ଓ ସମ୍ପାଦକ ପ୍ରିତି ପଟ୍ଟନାୟକ ଏହି ଅବସରରେ ମଞ୍ଚାସୀନ ଥିଲେ । ଯଦି କଳାକାରମାନଙ୍କୁ ଆଗାମୀ ୧୨ ତାରିଖ ସୁଦ୍ଧା କଳା ପ୍ରଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସୁଯୋଗ ଦିଆନଯାଏ ତେବେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବା ସହ ଦକ୍ଷିଣ ଓଡ଼ିଶା ସ୍ତରରେ ଏହାକୁ ଗଣ ଆନ୍ଦୋଳନରେ ରୁପାନ୍ତର କରାଯିବ ବୋଲି ଏଠାରେ କୁହାଯାଇଥିଲା ।


