ବ୍ରହ୍ମପୁରରେ ୧୦୧ ତମ ଘଣ୍ଟଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ମାନବାଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏମକେସିଜି ମେଡିକାଲର ବିଭିନ୍ନ ସମସ୍ୟାର ସମାଧାନ ଦାବୀ ମେଇ ସୋମବାର ୧୦୧ ତମ ଘଣ୍ଟଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ଘଣ୍ଟଯାତ୍ରାରେ ବ୍ରହ୍ମପୁର ନୂତନ ବସ ଷ୍ଟାଣ୍ଡସ୍ଥିତ ଏମକେସିଜି ମେଡିକାଲର ଦ୍ୱିତୀୟ ଫାଟକ ଖୋଲିବା ଓ କାର୍ଯରେ ଅବହେଳା କରୁଥିବା ଡାକ୍ତରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦାବୀରେ ଗଣବିକ୍ଷୋଭ ହୋଇଥିଲା । ସୁଚନାଯୋଗ୍ୟ ତୁରନ୍ତ ଜରୁରୀ କାଳୀନ ସେବା ଯୋଗାଇଦେବା ପାଇଁ ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏମକେସିଜିର ଦ୍ୱିତୀୟ ଫାଟକ ଟ୍ରାଫିକ ସମସ୍ୟା ଯୋଗୁଁ ଦୀର୍ଘ ୯ ବର୍ଷ ହେଲା ବନ୍ଦ ହୋଇପଡିଛି । ଯାହାଦ୍ୱାରା ବହୁ ଦୁରରୁ ଆସୁଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ୪ କିଲୋମିଟର ଅଧିକ ରାସ୍ତା ଅତିକ୍ରମ କରି ମେଡିକାଲ ଯିବାକୁୁ ପଡୁଛି । ଅନ୍ୟପଟେ ମେଡିକାଲରେ ଡାକ୍ତରଙ୍କ ଅଭାବ ଥିବାବେଳେ ନିଯୁକ୍ତ ଡାକ୍ତର ମାନେ ଅନ୍ୟତ୍ର ନିଜର ଘରୋଇ ଚିକିତ୍ସାକେନ୍ଦ୍ର ଚାଲୁ ରଖିଥିବାସହ ଦୀର୍ଘ ଦିନ ଧରି ଡେପୁଟେସନ ନାମରେ କାର୍ଯ୍ୟକରି ଆସୁଛନ୍ତି । ଯାହାଦ୍ୱାରା ରୋଗୀ ଚିକିତ୍ସାରେ ଅବହେଳା ଦେଖାଯିବା ସହ ପି.ଜି ଡାକ୍ତରୀ ସିଟ ମଧ୍ୟ କମିବାର ସମ୍ଭାବନା ରହିଛି । ତେଣୁ ଉକ୍ତ ଡାକ୍ତରଙ୍କ ବିରୁଦ୍ଧରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉପଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ଗଣବିକ୍ଷୋଭରେ ମହେଶ୍ୱର ବାଡତ୍ୟା, ଶ୍ୟାମ ସୁନ୍ଦର ଖାଡଙ୍ଗା, ମାଗୁଣି ନାହାକ , ସଂଜୀବ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ