ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ନିକଟସ୍ଥ ତାମ୍ପରା ଆଦ୍ରଭୂମୀ ଠାରେ ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜୁଲୋଜିକଲ୍ ସର୍ଭେ ଅଫ ଇଣ୍ଡିଆର ଗୋପାଳପୁର ଶାଖା ମୁଖ୍ୟ ତଥା ଗବେଷକ ଅନିଲ ମହାପାତ୍ର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିବେଶ ବିଭାଗର ଅଧ୍ୟାପକ ଅଞ୍ଜନ ପୃଷ୍ଟି, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ରବିନ୍ଦ୍ରନାଥ ସାହୁ, ଏସିଏଫ ଡ ରୁଦ୍ର ରଥ ମଞ୍ଚାସିନ ଥିଲେ। ସେହିପରି ଚଳିତ ବର୍ଷ ସାର ଦେଶରେ ରହିଥିବା ବିଭିନ୍ନ ଆଦ୍ରଭୂମି ମାନଙ୍କରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ଦିବସକୁ ପାଳନ କରାଯାଉଥିବା ବେଳେ ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ତାମ୍ପରା ଠାରେ ଏହାକୁ ପାଳନ କରାଯାଇଛି। ଅନ୍ୟପଟେ ଆମ ପରିବେଶ ରୁ ପ୍ଲାଷ୍ଟିକ କୁ ମୁକ୍ତ କରିବା ଚଳିତ ବର୍ଷର ଥିମ୍ ରହିଥିବା ବେଳେ ସମସ୍ତେ ଏହି ବାର୍ତ୍ତା କୁ ନେଇ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ କରିଥିଲେ।ସେହିପରି ପରିବେଶକୁ ସୁରକ୍ଷିତ କରିବା ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରାଚୀନ ପଦ୍ଧତି କି ଅନୁସରଣ କରିବା ପୂର୍ବକ ସମସ୍ତେ ପୁଣି ମାଟି ପାତ୍ରକୁ ଗୁରୁତ୍ଵ ଦେବାକୁ ମୁଖ୍ୟ ଅତିଥି ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ସେହିପରି ପ୍ଲାଷ୍ଟିକ ପରିବେଶ ଏବଂ ଆମ ମାନଙ୍କ ଉପରେ କେତେପ୍ରଭାବ ପକାଇ ଥାଏ ସେ ନେଇ ଅନ୍ୟ ଅତିଥି ମାନେ ସଚେତନତା କରାଇଥିଲେ। ଏହି ଅବସରରେ ପୂର୍ବରୁ ବିଭିନ୍ନ ସ୍କୁଲର ବିଦ୍ୟାର୍ଥୀ ମାନଙ୍କୁ ନେଇ ଅନେକ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିରେ ଉତ୍ତମ ପଦର୍ଶନ କରିଥିବା ଚିତ୍ରାଙ୍କନ ରେ ଡିଏଭି ସ୍କୁଲର ଶ୍ରଦ୍ଧା ସାଇ ନନ୍ଦ, କେ ଶୁଭମ୍ କଳିଙ୍ଗ ବିଦ୍ୟା ମନ୍ଦିର ର ଦେବହୁତି ମହାନ୍ତି, ସ୍ଲୋଗାନ ରେ ଏସ ଏସ ଭି ଏମ ର ଅନିସ କୁମାର ବେହେରା, ସିଟି ହାଇସ୍କୁଲ ର ହିମାଂଶୁ ପାଣିଗ୍ରାହୀ, କପିଲ ବେହେରାଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ମୋମେଣ୍ଟୋ ଦେଇ ପୁରସ୍କୃତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡ ଶଙ୍କର ନାରାୟଣ ବେଜ୍ ମଂଚ ପରିଚାଳନା କରିଥିବା ବେଳେ ଏସିଏଫ୍ ଡ ରୁଦ୍ର ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି ଏସିଏଫ ଏ ମାଧବୀ ଲତା, ଅବସରପ୍ରାପ୍ତ ଏସିଏଫ ତ୍ରିନାଥ ପଟ୍ଟନାୟକ,ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ମନୋଜ ପାତ୍ର, ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହୁଁ ଚରଣ ପଟ୍ଟନାୟକ, ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ଛତ୍ରପୁର ବନାଞ୍ଚଳ ଅଧିକାରୀ ଗିରିଶ ରୟ ଙ୍କ ସମେତ ସମସ୍ତ ବନପାଳ, ବନରକ୍ଷୀ ଓ ପାରା ବନ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ