ବ୍ରହ୍ମପୁର ରେ ୭୪ତମ ସ୍ୱାଧୀନତା ଦିବସ ପାଳିତ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ରେ ୭୪ତମ ସ୍ୱାଧୀନତା ଦିବସ ଖୋଲିକଟ କଲେଜ ଖେଳ ପୋଡିଆରେ ଅନୁଷ୍ଠିତ ହୋଇଯାଇଛି l ଦକ୍ଷୀଣାଅଞ୍ଚଳ ଆରଡିସି ଟି.ଆଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୋଭିଡ୍ କଟକଣା ମଧ୍ୟରେ ପାରମ୍ପରିକ ରୀତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ପାଳନ କରି ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ଜାତୀୟ ସଂଗୀତ ଗାନ କରାଯାଇଥିଲା। କରୋନା ମହାମାରୀ ସମୟରେ କିପରି ନିଜକୁ, ନିଜ ପରିବାର ସହ ଅନ୍ୟମାନଙ୍କୁ ସୁରକ୍ଷା ଦେବା ସହ କର୍ମ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି କିପରି ସମାଜର ମଙ୍ଗଳ କରିପାରିବା ତାଙ୍କ ଅଭିଭାଷଣରେ ଉପସ୍ଥାପନ କରିଥିଲେ । ଏହି ଅବସର ରେ ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ୍ ସମେତ ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ବହୁ ପୋଲିସ୍ ଅଧିକାରୀ ଯୋଗ ଦେଇଥିଲେ l ଏହି ଉତ୍ସବ ରେ କରୋନା ଯୋଦ୍ଧା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ଟେଲି ଫିଲ୍ମ ମାସ୍କ ପାଇଁ ବ୍ରହ୍ମପୁର ତହସିଲଦାର ସ୍ୱେତ କୁମାର ଦାସ ଓ ଏହି ଫିଲ୍ମ ର ବାଳ କଳାକାର ଙ୍କୁ ପୁରସ୍କୃତ କରାଯାଇଥିଲା।


