ହାରିଗଲେ କୋରନା ଯୋଦ୍ଧା
ପୁରୁଷୋତ୍ତମପୁର, (ଓ୍ବାଇଏନ୍ଏସ୍) : କୋରନା ମହାମାରୀ ର ପ୍ରକୋପ ଏବେ ପୁରା ଦେଶରେ, ପ୍ରତ୍ୟକ ଜିଲ୍ଲାରେ ଓ ପଞ୍ଚାୟତ ମାନଙ୍କରେ ଏହାର ଏକ ବିଶାଳକାୟ ପ୍ରକୋପ ଦେଖିବାକୁ ମିଳିଛି | ଗଂଜାମ ରେ ଏହାର ସର୍ବାଧିକ ପ୍ରକୋପ ଦେଖିବାକୁ ମିଳିଛି | ଏହି ଜିଲ୍ଲାର ଅଧିକାଂଶ ଲୋକମାନେ କୋରନା ରେ ପୀଡିତ , ଏହି ସମୟରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି , ଗଂଜାମ ଜିଲ୍ଲା ର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟ୍ଟକୁମରଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡ଼ଃ ବି.କ୍ରିଷ୍ଣା (୪୫) କୋରନା ରେ ମୃତୁ ବରଣ କରିଛନ୍ତି ,ତାଙ୍କୁ ମିଶାଇ ସେହି ଜିଲ୍ଲାରେ ମୋଟ ୪ ଜଣ କୋରନା ରେ ମୃତୁ ବରଣ କରିଛନ୍ତି | ସୂଚନା ଯୋଗ୍ୟ ଗତ ୪ ତାରିଖରେ ସେ ଅନ୍ୟ ମାନଙ୍କ ପରି ନିଜର କୋରନା ପରୀକ୍ଷା କରାଇଥିଲେ ,ପରୀକ୍ଷା କରାଇବା ପରେ ସେ କୋରନା ପଜିଟିଭ ଅଛନ୍ତି ବୋଲି ଜାଣିପାରିଥିଲେ , ଏହାପରେ ତାଙ୍କୁ ଭୁବନେଶ୍ୱର କୀମସ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | କିନ୍ତୁ ୫ ତାରିଖ ରବିବାର ରାତ୍ର ୩ ଘଟିକା ସମୟରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ | ଏହି ଖବର ଶୁଣିବା ପରେ ପୁରୁଷୋତ୍ତମପୁର ଅଞ୍ଚଳ ବାସି ଓ ଭାଟ୍ଟକୁମରଡା ମେଡିକାଲ କର୍ମଚାରି ମାନଙ୍କର ମଧ୍ୟରେ ଶୋକର ଛାୟା ଖେଳିଯାଇଛି | ଏପରି ଏକ ଦୁଃଖଦ ଖବର ପାଇଲା ପରେ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରଶାସନ ଅଧିକାରୀ ତହସିଲଦାର ସୁନୀଲ କୁମାର ଟୁଡୁ ,ବିଡ଼ିଓ ମଧୁସୂଦନ ମହାରଣା ,ଓ ଥାନା ଅଧିକାରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି | ଓ ଏହା ସହ ପୁଣି ଥରେ ଜଣେ କୋରନା ଯୋଦ୍ଧା ଙ୍କୁ ହରାଇ ପୁରୁଷୋତ୍ତମପୁର ଅଞ୍ଚଳ ର ବାସିନ୍ଦା ମାନେ ଦୁଃଖରେ ଭାଙ୍ଗିପଡିଛନ୍ତି |


