ବ୍ରହ୍ମାକୁମାରୀ ଛତ୍ରପୁର ଶାଖାପକ୍ଷରୁ କୋରନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ ଗଞ୍ଜାମ ଅବକାରୀ କାର୍ଯ୍ୟାଳୟ ପରିସରର ସେମିନାର ହଲରେ ବ୍ରହ୍ମାକୁମାରି ଈଶ୍ୱରୀୟବିଶ୍ୱବିଦ୍ୟାଳୟ ଶାନ୍ତି ଅନୁଭୂତି କେନ୍ଦ୍ର ଛତ୍ରପୁର ଶାଖାପକ୍ଷରୁ ଆୟୋଜିତ ଏକ ପାରମ୍ପରୀକ ଶାସ୍ତ୍ରୀୟ ଆସରରେ କୋରନା ଯୋଦ୍ଧାଭାବେ ମାନ୍ୟତା ଦେଇ ଗଞ୍ଜାମ ଅବକାରୀ ଅଧିକ୍ଷିକ ରାଜେନ୍ଦ୍ର କୁମାର ଭାତ୍ରା ଙ୍କୁ ଉଛ୍ୱସୀତ ସମ୍ବର୍ଦ୍ଧନା କରାଯାଇଛି । ଏହା ସାଂଗକୁ ଡେପୁଟି ଅବକାରୀ ଅଧିକ୍ଷିକ ଅଭିରାମବେହେରା, ଇନିସିପେକ୍ଟର ପ୍ରୀତିଧାରା ନାୟକ, ଦୀପ୍ତିମୟୀ ସାହୁ,ଏସ.ଆଇ. ଦୁର୍ଯ୍ୟୋଧନ ଦିଗାଲ,ବଡବାବୁ ପ୍ରଦୀପ କୁମାର ଦାଶ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ବ୍ରହ୍ମାକୁମାରି ବିଜୟଲଷ୍ମୀ ଭଉଣୀଈଶ୍ୱରୀୟ ସନ୍ଦେଶ ପ୍ରଦାନ କରିବା ସହ ସମସ୍ତଙ୍କୁ ସମ୍ବର୍ଦ୍ଧନା କରି ଈଶ୍ୱରୀୟ ଉପହାର, ଏବଂକାର୍ଯ୍ୟାଳୟ ପରିସରରେସଭିଙ୍କୁ ବ୍ରହ୍ମା ବାବାଙ୍କ ପ୍ରସାଦ ବିତରଣ କରିଥିଲେ lପ୍ରକାଶଥାଉକି,କୋରନା ଯୁଦ୍ଧରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ପ୍ରମୁଖ ପଦାଧିକାରୀ ଓ ତାଙ୍କ ସହଯୋଗୀ କର୍ମଚାରୀଙ୍କୁ ମଧ୍ୟ ଏହି ସଂଗଠନ ପକ୍ଷରୁ ଈଶ୍ବରୀୟ ସନ୍ଦେଶ ପ୍ରଦାନ କରି ସମ୍ମାନୀତ କରିବା ଲକ୍ଷ୍ୟ ନେଇଛିନ୍ତି । ବ୍ରହ୍ମାକୁମାରି ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ରର ସଂଚାଳିକା ବିଜୟ ଲଷ୍ମୀ ଭଉଣୀ ନିଜର ସହକର୍ମୀ ଓ ସକ୍ରୀୟ ଭାଇମାନଙ୍କୁ ନେଇ ଜିଲ୍ଲା ମହକୁମାର ବିଭିନ୍ନ କାର୍ଯ୍ୟାଳୟ ଏବଂ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କଯ୍ୟାଳୟର ନିର୍ବାହୀ ଅଧିକାରୀ ବିକ୍ରମ ଦୋରା ଙ୍କୁ ମଧ୍ୟ ଆଜି ସମ୍ବର୍ଦ୍ଧନା କରିଥିଲେ । ଏପରିକି ଏନ.ଏ.ସି. ର ସମସ୍ତ କର୍ମଚାରୀ ଙ୍କୁ ମଧ୍ୟ ସମ୍ମାନ ଜଣାଇ ଈଶ୍ୱରୀୟ ସନ୍ଦେଶ ଓ ଉପକରଣ ଏବଂ ପ୍ରସାଦ ବିତରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ