ଆରପାରିରେ ଗୀତିକାର ଯୋଗେଶ ଗୌର୍‌

ମୁମ୍ବାଇ: ଦୁନିଆରେ ନାହାନ୍ତି ଆଉ ବର୍ଷିୟାନ୍ ଗୀତିକାର ଯୋଗେଶ ଗୌର। ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ହିନ୍ଦୀ ଚଳଚ୍ଚିତ୍ର ‘ଆନନ୍ଦ’ରେ ‘କହିଁ ଦୂର୍ ଜବ୍ ଦିନ୍ ଢଲ୍‌ଯାଏ’ ଏବଂ ‘ଜିନ୍ଦଗି କୈସି ହୈ ପହେଲି’ ଭଳି ପ୍ରସିଦ୍ଧ ଗୀତ ଲେଖି ସେ ସମସ୍ତଙ୍କ ହୃଦୟ ଜିଣିପାରଥିଲେ। ଯୋଗେଶ ଗୌର୍ ୭୦ ଦଶକର ହିନ୍ଦୀ ସିନେମାରେ ଜଣେ ଅଗ୍ରଣୀ ଗୀତିକାର ଥିଲେ। ହୃଷିକେଶ ମୁଖାର୍ଜୀ ଏବଂ ବାସୁ ଚାଟାର୍ଜୀଙ୍କର ମଧ୍ୟବିତ୍ତ ବର୍ଗର ଜୀବନଧାରା ଉପରେ ଆଧାରିତ ସିନେମା ପାଇଁ ସେ କେତେକ ସର୍ବୋତ୍ତମ ଗୀତ ଲେଖିଥିଲେ।
ତାଙ୍କର ଚିର ସବୁଜ ଗୀତ ମଧ୍ୟରୁ କେତୋଟି ହେଲା- ହୃଷିକେଶ ମୁଖାର୍ଜୀଙ୍କ ‘ମିଲି’ ଚଳଚ୍ଚିତ୍ରର ‘ବଡି ଶୂନି ଶୂନି ହୈ’, ମୈନେ କହା ଫୁଲୋଁ ସେ’, ‘ରଜ୍‌ନୀଗନ୍ଧା’ ଚଳଚ୍ଚିତ୍ରର ‘ରଜ୍‌ନୀଗନ୍ଧା ଫୁଲ୍ ତୁହ୍ମାରେ’, ‘କଇ ବାର୍ ୟୁହିଁ ଦେଖା ହୈ’ ଏବଂ ‘ଏକ୍ ଛୋଟି ସି ବାତ୍’ ଚଳଚ୍ଚିତ୍ରର ‘ନା ଜାନେ କ୍ୟୋଁ ହୋତା ହୈ ଐସା ଜିନ୍ଦଗି କେ ସାଥ୍’ ଓ ‘ଜାନେମନ୍ ଜାନେମନ୍ ତେରେ ଦୋ ନୟନ୍’। ଲକ୍ଷ୍ନୌରେ ଜନ୍ମ ହୋଇଥିବା ଗୌର ୧୬ ବର୍ଷ ବୟସରେ ଜଣେ ଆତ୍ମୀୟଙ୍କ ସହାୟତାରେ କର୍ମ ଅନ୍ବେଷଣରେ ମୁମ୍ବାଇ ଚାଲି ଆସିଥିଲେ। ପ୍ରଥମେ ହୃଷିକେଶ ମୁଖାର୍ଜୀଙ୍କ ‘ଆନନ୍ଦ’ ଚଳଚ୍ଚିତ୍ରରେ ତାଙ୍କୁ ଗୀତ ଲେଖିବାର ସୁଯୋଗ ମିଳିଥିଲା। ଗୌରଙ୍କ ମୃତ୍ୟୁ ଯୋଗୁଁ ଗାୟିକା ଲତା ମଙ୍ଗେସକର୍ ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ