ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନୂାଗଡ ଓ ଆର୍.ଉଦୟଗରି ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଉଭୟ ବ୍ଲକର ୮୧ ହଜାର ୩୨୭ ଭୋଟର ମତଦାନ କରିବା ପାଇଁ ବ୍ୟବସ୍ଥା ହୋଇଥିଲା । ନୂଆଗଡ ବ୍ଲକର ୨୧୪ ବୁଥରେ ୩୯ହଜାର ୨୯୮ ଭୋଟରଙ୍କ ଲାଗି ମତଦାନ ବ୍ୟବସ୍ଥା ହୋଇଥିଲା । ବ୍ଲକର ଗୋଟିଏ ଜିଲ୍ଲାପରିଷଦ ଜୋନ-୫ ରହିଥିବା ବେଳେ ଆର୍.ଉଦୟଗିରି ବ୍ଲକରେ ଜୋନ ନଂ.୧୧ ଓ ୧୨ ରହିଛି । ନୂଆଗଡ ବ୍ଲକର ଗୋଟିଏ ଜିଲ୍ଲାପରିଷଦ ଜୋନ୍ ପାଇଁ ୪ଜଣ ପ୍ରାର୍ଥୀଙ୍କ ସମେତ ୧୯ଗୋଟି ସରପଞ୍ଚ ପାଇଁ ୬୫ଜଣ ଓ ସମିତି ସଭ୍ୟ ପାଇଁ ୫୨ଜଣ ପ୍ରତିଦ୍ୱନ୍ଦିତା କରିଛନ୍ତି । କେବଳ କେରେଡାଙ୍ଗ ପଞ୍ଚାୟତରେ ସମିତିସଭ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ବାଜିମାରିନେଇଛନ୍ତି । ସେହିପରି ୨୧୪ଗୋଟି ୱାର୍ଡ ମେମ୍ବର ଆସନ ପାଇଁ କେବଳ ୩୩ ଗୋଟି ୱାର୍ଡପାଇଁ ନିର୍ବାଚନ ହୋଇଛି । ଅବଶିଷ୍ଠ ୧୭୨ଗୋଟି ୱାର୍ଡ ସଭ୍ୟ ଅପ୍ରତିଦ୍ୱନ୍ଦିତା ଭାବେ ନିର୍ବାଚି ହୋଇଥିବା ବେଳେ ୯ଗୋଟି ୱାର୍ଡ ମେମ୍ବର ନିମନ୍ତେ କୌଣସି ପ୍ରାର୍ଥିପତ୍ର ଦାଖଲ କରିନଥିବାର ଜଣାପଡିଛି । ସେହିପରି ଆର୍.ଉଦୟଗିରି ବ୍ଲକର ଦୁଇଟି ଯଥା ୧୧ ଓ ୧୨ ନଂ ଜିଲ୍ଲା ପରିଷଦ ଜୋନ୍, ୧୭ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପାଇଁ ମତଦାନ ହୋଇଥିଲା । ଏଥିରେ ୭ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ, ୬୩ଜଣ ସରପଞ୍ଚ, ୫୯ଜଣ ସମିତି ସଭ୍ୟ ଓ ୮୧ଜଣ ୱାର୍ଡସଭ୍ୟ ପ୍ରାର୍ଥୀ ନିର୍ବାଚନ ହୋଇଥିଲା । ବ୍ଲକର ୨୦୧ଟି ଭୋଟ ଗ୍ରହଣ କେନ୍ଦ୍ରରେ ୪୨ହଜାର ୦୨୯ଭୋଟର ମତଦାନ କରିବାପାଇଁ ବ୍ୟବସ୍ଥା ହୋଇଥିଲା । ଖବର ଲେଖା ହେବା ସୁଦ୍ଧା ଜିଲ୍ଲାପ୍ରଶାସନର ସୂଚନା ପ୍ରକାରେ ଆର୍.ଉଦୟଗିରି ବ୍ଲକରେ ୧୬.୩୧ପ୍ରତିଶତ ଏବଂ ନୂଆଗଡ ବ୍ଲକରେ ୧୮.୫୨ପ୍ରତିଶତ ଭୋଟହ ମତଦାନ କରିଥିବାର ଜଣାପଡିଛି ।


