ବ୍ଲକସ୍ତରୀୟ ମତ୍ସ୍ୟଚାଷ ପ୍ରଶିକ୍ଷଣ ଶିବିର
ନାଉଗାଁ, ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଂଚାୟତ କାର୍ଯ୍ୟାଳୟରେ ମହିଳା ସ୍ୱୟଂ ସହାୟକ ଦଳମାନଙ୍କୁ ନେଇ ଏକ ବ୍ଲକସ୍ତରୀୟ ମତ୍ସ୍ୟଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟଅତିଥି ଭାବେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସମ୍ମାନୀତ ଅତିଥିଭାବେ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ସିଡିପିଓ ରାସେଶ୍ୱରୀ ମହାନ୍ତି, ଜିଲ୍ଲା ମତ୍ସ୍ୟ ଚାଷ ଅଧିକାରୀ ସୁବ୍ରତ କୁମାର ଦାସ ପ୍ରମୁଖ ଯୋଗ ଦେଇ କିପରି ସ୍ୱଳ୍ପ ଖର୍ଚ୍ଚରେ ମାଛ ଚାଷ କରି ଅଧିକ ରୋଜଗାର କରି ପାରିବେ ଗୁରୁତ୍ୱାରୋପ କରିଥିଲେ । ଏହି ଶିବରରେ ନାଉଗାଁ ସହାୟକ ମତ୍ସ୍ୟ ଅଧିକାରୀ ରଞିତ କୁମାର ରାଉତ, ନାଉଗାଁ କନିଷ୍ଠ ମତ୍ସ୍ୟ ଅଧିକାରୀ ଦେବୀ ପ୍ରସାଦ କାନୁନଗୋ ଆଦି ଯୋଗ ଦେଇ ମତ୍ସ୍ୟଚାଷ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ନାଉଗାଁ ବ୍ଲକର ୧୩ଟି ଓ ବାଲିକୁଦା ବ୍ଲକର ୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ୩୦ଜଣ ମହିଳା ଅଂଶଗ୍ରହଣ କରିଥିଲେ ।


