ଜମିଜମା ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ, ଅଭିଯୁକ୍ତ କୋର୍ଟ ଚାଲାଣ
ନାଉଗାଁ,(ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଅରଖକୁଦ ର କୋରଣିଆ ଗ୍ରାମର ଜମିଜମା ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ନାଉଗାଁ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ପୋଲିସ ର ସୂଚନା ଅନୁସାରେ ଅରଖକୁଦର କୋରଣିଆ ଗ୍ରାମର ଦୀର୍ଘ ଦିନର ଜମିଜମା ବିବାଦକୁ ନେଇ ରାନୁବାଳା ପ୍ରଧାନ ଓ ତାଙ୍କ ଝିଅକୁ କଟୁରୀ ସାହାଯ୍ୟରେ ଦେବପ୍ରସାଦ ମହାନ୍ତି ଓରଫ ଦେବା ମରଣାନ୍ତକ ଆକ୍ରମଣ କରିଥିଲା | ଏହି ଆକ୍ରମଣରେ ରାନୁବାଳା ଓ ତାଙ୍କ ଝିଅ ଗୁରୁତର ହୋଇ ପଡିଥିଲେ। ଏହି ଘଟଣାକୁ ନେଇ ନାଉଗାଁ ଥାନା ପକ୍ଷରୁ ୧୬୧/୨୬ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ତାର ନିକଟରୁ ବ୍ୟବହାର ହୋଇଥିବା ଅସ୍ତ୍ରକୁ ଜବତ କରଯାଇଥିଲା। ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରକ୍ରିୟା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଦେବାଶିଷ ପଣ୍ଡା କହିଛନ୍ତି।


