ବ୍ଲକ କଳାକାର ସଂସ୍କୃତି ସଂଘର ବୈଠକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବୁଧବାର ବନ୍ତ ବ୍ଲକ ରାଜୀବ ସେବା କେନ୍ଦ୍ର ପରିସରରେ ବ୍ଲକ କଳାକାର ସଂସ୍କୃତି ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସଂଘର ନୂତନ ଉପସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପସ୍ଥିତ ସଦସ୍ୟ ମାନେ ସର୍ବସମ୍ମତିକ୍ରମେ ଲକ୍ଷ୍ମଣ ରାଉତଙ୍କୁ ଉପସଭାପତି ଭାବେ ନିର୍ବାଚିତ କରିଥିଲେ । ପରେ ନୂତନ କରି ଆସୁଥିବା ସଭ୍ୟ ମାନଙ୍କୁ କିପରି ପଞ୍ଜୀକୃତ କରାଯିବ ଏବଂ ତାହା କେବେ ହେବ ସେସଂପର୍କରେ ଆଲୋଚନା ହୋଇଥିଲା । ସେହିପରି ସଂସ୍କୃତି ବିଭାଗରୁ ଆସୁଥିବା ପାଣ୍ଠିର କିପରି ସଦୁପଯୋଗ କରାଯିବ ଏବଂ ଲୋକକଳା ମହୋତ୍ସବ କେବେ ଅନୁଷ୍ଠିତ ହେବ ସେ ସଂପର୍କରେ ଆଲୋଚନା ହୋଇଥିଲା । ବୈଠକରେ ସଂଘର ସଭାପତି ତଥା ବିଡିଓ ରେବେକା ବିଲୁଙ୍ଗ, ଗ୍ରାମ ପଞ୍ଚାୟତ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ, କଳାକାର ନବ କୁମାର ଲେଙ୍କାଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ କଳାକାର ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ