ପ୍ରାକ୍ତନ ପରିଚାଳନା କମିଟି ସଭ୍ୟଙ୍କ ବିୟୋଗରେ ଶୋକସଭା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବୁଧବାର ବନ୍ତ ବ୍ଲକ ନିଳୋକ ହାଇସ୍କୁଲ ପରିଚାଳନା କମିଟିର ପ୍ରାକ୍ତନ ସଦସ୍ୟ ସ୍ୱର୍ଗତ ନୃସିଂହ ଚରଣ ପଣ୍ଡାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ପରିସରରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ଶୋଭେନ୍ଦୁ କୁମାର ମାଝୀ ସଭାପତିତ୍ୱ କରିଥିଲେ । ଏଥିରେ ଶିକ୍ଷକ ସୁଧାକର ପଣ୍ଡା, ସନାତନ ନାୟକ, ଶିକ୍ଷୟିତ୍ରୀ ସୁରଜିତା ବାଇ, ସ୍ୱୟଂପ୍ରଭା ନାୟକ, ଚିତ୍ରାବତୀ ବେହେରା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।


