ବ୍ଲକ ସ୍ତରୀୟ ଦୁଇ ଦିନିଆ ଚୟନ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ପାନ୍ଧଡା ଗ୍ରାମ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ଆଦିବାସୀ ଓ ମହିଳା ଉନ୍ନୟନ ସୋସାଇଟୀ ଆନୁକୁଲ୍ୟ ରେ ଏବଂ ନେହେରୁ ଯୁବ କେନ୍ଦ୍ର, ମୟୂରଭଞ୍ଜ, ଭାରତ ସରକାରଙ୍କ ମିଳିତ ସହାୟତା ରେ ସାରସକଣା ବ୍ଲକ ଅନ୍ତର୍ଗତ ଉମଦେଇପୂର ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା କେନ୍ଦୂମୁଣ୍ଡି ଗ୍ରାମ ର ଫୁଟବଲ୍ ପଡ଼ିଆରେ ପାଞ୍ଚ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ଲକ୍ ଚେୟାରମେନ ଯୋଗ ଦେଇ ଥିଲେ। ଉଦ୍ଘାଟନୀ ଉତ୍ସବ ପରେ ବାଳକ ମାନଙ୍କ ମଧ୍ୟରେ ୧୦୦ ମିଟର ଦୌଡ, ବାଳିକା ମାନଙ୍କ ବ୍ୟାଡମିଣ୍ଟନ , ସ୍ଲୋ ସାଇକଲ, ଓ କବାଡି ଅନୁଷ୍ଠିତ ହୋଇଥିଲା ଏହି ଖେଳ ଗୁଡ଼ିକର ପରିଚାଳନା ଦାୟିତ୍ଵ ରେ ଥିଲେ ଅବସରପ୍ରାପ୍ତ ଖେଳ ଶିକ୍ଷକ ଡମନ୍ ଚନ୍ଦ୍ର ମହାନ୍ତ। ଛଅ ତାରିଖ ଦିନ ପ୍ରଥମେ କେଣ୍ଡୁମୁଣ୍ଡି, କେନ୍ଦୁଆ, ପାଣିଶୋଳ ଓ ବାଗନଗର ର ଖେଳାଳି ମାନେ ଅଂଶ ଗ୍ରହଣ କରିଥିଲେ। ପରେ ପରେ ଟକେଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ଅଭିଷେକ ପଣ୍ଡା ରେଫାରି ଭାବରେ ଯୋଗଦାନ କରିଥିଲେ। ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ପାନ୍ଧଡା ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୀପକ ବେହେରା। ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ ମେମ୍ବର, ସମାଜସେବୀ ରାଗି ଟୁଡୁ, କୁନୁରାମ ନାଏକ। ଓ ଅଫିସ ସହାୟକ ବଦ୍ରିସ୍ କୁମାର ଗିରି। ୧୦୦ ମିଟର ଦୌଡ ପ୍ରତିଯୋଗୀତା ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଲକ୍ଷ୍ମଣ ସରେନ୍, ବିଷ୍ଣୁ ସିଂ ଓ କ୍ରିଷ୍ଣା ସିଂ, ସଫଳ ହୋଇଥିଲେ। ସ୍ଲୋ ସାଇକଲ ରେ ପ୍ରଥମ ଓ ଦ୍ୱିତୀୟ, ତୃତୀୟ ଭାବେ ପାର୍ବତୀ ମହାନ୍ତ , ସଞ୍ଜିତା ମୁଣ୍ଡା ଓ ପୂଜା ନାଏକ ଉର୍ତିନ ହୋଇଥିଲେ। ବ୍ୟାଡମିଣ୍ଟନ ପ୍ରତିଯୋଗିତା ରେ ପାର୍ବତୀ ମହାନ୍ତ ଓ ସଞ୍ଜିତା ମୁଣ୍ଡା ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ । ଟକେଣ୍ଡ ପ୍ରତିଯୋଗିତା ରେ ଆକାଶ ସିଂ ପ୍ରଥମ ଓ ଭରତ ସିଂ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। କବାଡି ପ୍ରତିଯୋଗିତା ରେ ସନ୍ଧ୍ୟା ରାଣୀ ନାଏକ ପ୍ରଥମ ଓ ରାଧାରାଣୀ ମଣ୍ଡଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଫୁଟବଲ୍ ଖେଳ ରେ ବାଗନଗର ଟିମ୍ ପ୍ରଥମ ଓ କେନ୍ଦୁଆ ଟିମ୍ ରନର ଭାବେ ବିଜୟ ହାସଲ କରିଥିଲେ। ସମସ୍ତ ପ୍ରତିଯୋଗିତା ଆଦିବାସୀ ଓ ମହିଳା ଉନ୍ନୟନ ଶୋଷାଇଟୀ ର ନିର୍ଦେଶିକା ଜୟନ୍ତୀ ଦାସ ଓ ଯୁଗ୍ମ ନିର୍ଦ୍ଦେଶକ ଦେବାଶିଷ ଶତପଥୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ସବୁ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ଭଳି ମୁଖ୍ୟ ଭୂମିକା ସଂସ୍ଥା ର ତ୍ରିଶା ଶତପଥୀ ଲିଭାଇଥିଲେ। ପରିଶେଷରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଏବଂ ସ।ର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସଂସ୍ଥା ତରଫରୁ ଧନ୍ୟବାଦ୍ ଦେଇ ନିର୍ଦେଶିକା କ୍ରୀଡା ପ୍ରତିଯୋଗିତା କୁ ଉଦଯାପିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ