ବ୍ୟବସାୟିଙ୍କ ସହ ଏ ସି ପି ଙ୍କ ଆଲୋଚନା

କଟକ, (ଦୀପକ୍ କୁମାର ବେଉରା):କଟକ ରେ କୋରୋନା ମୁକାବିଲା ପାଇଁ ଟ୍ଵିନ ସିଟିର ପୋଲିସ କମିଶନଙ୍କ ସହ ବ୍ୟବସାୟୀକ ଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଚାଲିଥିବ କୋଭିଡର ଭୟାବହତାକୁ ରୋକିବା ଲାଗି କଟକର ବ୍ୟବସାୟୀକ ଅନୁଷ୍ଠାନ ଗୁଡ଼ିକ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ।କୋଭିଡ୍ କଟକଣା ଉପରେ ଗୁରୁତ୍ବ ଦେବା କୁ ପଡ଼ିବ ବୋଲି ଏ ସି ପି କହିଛନ୍ତି ।ଖୁଦ୍ର ବ୍ୟବସାୟୀ ମାନେ ବ୍ୟାରିକେଟ ରଖିବା କୁ ପଡ଼ିବ ଏଥି ସହିତ ବଜାର କମିଟି ଚାହିଁଲେ ଭଲ୍ୟୁଣ୍ଟିୟର ରଖିପାରିବେ । ଭଲ୍ୟୁଣ୍ଟିୟର ମାନେ କୋରୋନା କଟକଣା ନଜର ରଖି ପାରିବେ।ସହର ରେ କୋରୋନା ବୃଦ୍ଧି ଦେଖି ସନ୍ଧ୍ୟା ୬ ଟା ରୁ ସମୟରେ ଦୋକାନ ବଜାର ବନ୍ଦ ରଖିବା ପାଇଁ ବଜାର କମିଟି ର ପ୍ରସ୍ତାବ ।
ପ୍ରସ୍ତାବ ଉପରେ ବିଚାର କରାଯାଇ ସରକାର ଙ୍କଦୃଷ୍ଟି କୁ ନିଆଯିବ ବୋଲି କମିଶନର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ