ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ଗିରଫ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ଥାନା ସଂଙ୍ଗିପୁର ଗ୍ରାମରେ ବ୍ୟବସାୟୀ ସୁଶାନ୍ତ ପାତ୍ର ଗୁଳିମାଡ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ପରିଚୟ ସଞ୍ଜୟ ବାରିକ୍ ବୋଲି ଜଣାପଡିଛି ।ସୂଚନା ଥାଉକି ଚଳିତ ମାସ ୨୫ ତାରିଖରେ ଗୁଟଖା ବାକି ମାଗିବା ଘଟଣାକୁ କେନ୍ଦ୍ରକରି ଗୁଳିମାଡ ହୋଇଥିଲା । ଗୁଳିମାଡରେ ଆହାତ ହୋଇଥିବା ବ୍ୟବସାୟୀଙ୍କୁ ପ୍ରଥମେ ଛତ୍ରପୁର ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅଭିଯୁକ୍ତ ସଂଞ୍ଜୟକୁ ଗ୍ରାମ ନିକଟରୁ ଗିରଫ କରାଯାଇଥିବା ଥାନାଅଧିକାରୀ ପ୍ରିୟରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି ।


