ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍ ମାମଲା ୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି କରଣ ସାହିର ଚାଟ୍ ବ୍ୟବସାୟୀ ସତ୍ୟନାରାୟଣ ସାହୁ ଙ୍କୁ ମାଡ଼ ମାରି  ଟଙ୍କା ଲୁଟ ମାମଲାରେ ଦିଗପହଣ୍ଡି ସାହାଣୀ ସାହିର ମୁରଲୀ ଦାସ ଏବଂ ତାର ସହଯୋଗୀ  ଜଣେ ନାବାଳକ କୁ ଗୁରୁବାର  ପୋଲିସ ଗିରଫ କରିଛି।ମୁରଲୀ କୁ ଥାନା ମାମଲା ନଂ.୪୬/୨୫ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି ।ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ସେହିପରି ଘଟଣାରେ ସମ୍ପୃକ୍ତ ନାବାଳକ କୁ  ବ୍ରହ୍ମପୁର ଜୁଭେନାଇଲ ଜଷ୍ଟିସ ବୋର୍ଡ ରେ ହାଜର କରାଯିବା ପରେ ବ୍ରହ୍ମପୁର ସ୍ଥିତ ବାଳସୁଧାର ଗୃହ କୁ ପଠାଇ ଦିଆଯାଇଛି।ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୫ ଟାରେ ବ୍ୟବସାୟୀ ଜଣକ ତାଙ୍କ ଠେଲା ଗାଡ଼ି ନେଇ ପିଏଚଡି ରୋଡ଼ ସ୍ମାର୍ଟ ପାର୍କ ଖାଦ୍ୟ ସାମଗ୍ରୀ ବିକ୍ରି କରିବାକୁ  ଯାଉଥିବା ବେଳେ ମୁରଲୀ ଏବଂ ତାର ସହଯୋଗୀ ପହଞ୍ଚି ତାଙ୍କୁ ମିକ୍ଚର ଏବଂ କୁର୍କୁରି ଖାଇବାକୁ ମାଗିଥିଲେ। ଖାଇବା ପରେ  ପଇସା ମାଗିବାରୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳି ଦେବାସହ କିଛି ସାମଗ୍ରୀ ରାସ୍ତାକଡ କୁ ଫୋପାଡି ଦେଇଥିଲେ।ପରେ ତାଙ୍କ ଠେଲା ଗାଡ଼ି ର ଟଙ୍କା ବକ୍ସ ରୁ ୧୨ ଶହ ଟଙ୍କା ଲୁଟି ନେଇଥିଲେ।ପ୍ରତିବାଦ କରିବାରୁ ଠେଲା ଗାଡ଼ି କୁ ଭଙ୍ଗାରୁଜା କରିବାକୁ ଚେଷ୍ଟା କରିଥିଲେ।ପରେ ଉଭୟେ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ତାଙ୍କ ଡ଼ାହାଣ କାନ୍ଧ ଓ ହାତ କୁ କାମୁଡି ରକ୍ତାକ୍ତ କରି ଦେଇଥିଲେ।ନିକଟରେ ଥିବା କିଛି ବ୍ୟକ୍ତି ଦୌଡ଼ି ଆସିବାରୁ ଉଭୟେ ଚାଲିଯାଇଥିଲେ।ସେ ଏନେଇ ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ଜ୍ୟୋତି ରଞ୍ଜନ ବେହେରା ଅଭିଯୁକ୍ତ ଦ୍ବୟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିବା ସହ ଆକ୍ରମଣରେ ଆହାତ ବ୍ୟବସାୟୀ ଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଦିଗପହଣ୍ଡି ରେ ଶହୀଦ ଦିବସ ପାଳିତ।      ଦିଗପହଣ୍ଡି,୩୦|୧(ଅଳକ ନାଥ ମିଶ୍ର) ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସିପିଆଇ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଶହୀଦ ଦିବସ ପାଳନ କରାଯାଇଥିଲା।ସିପିଆଇ ଗଞ୍ଜାମ ଜିଲା କାର୍ଯ୍ୟକାରୀ କମିଟି ସଦସ୍ୟ ଅଳକ ନାଥ ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ସ୍ମୃତି ଚାରଣ କରିବା ସହ ଫୋଟ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ କାଳୁ ବାଡ଼ତ୍ୟା,ସୁଶାନ୍ତ ରାଉତ,ବାସୁଦେବ ରଥ,ବାଳକୃଷ୍ଣ ଆଚାରୀ, ସିମାଞ୍ଚଳ ଦାସ,କେ. ବୁଡୁୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ