ବ୍ୟାଙ୍କ ମ୍ୟାନେଜର କରୋନା ଆକ୍ରାନ୍ତ
ଭୁବନେଶ୍ବର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାର ବ୍ୟାଙ୍କର ମ୍ୟାନେଜର୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହି ସୂଚନା ଜଣାପଡିବା ସମ୍ପୃକ୍ତ ବ୍ୟାଙ୍କକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ବ୍ୟାଙ୍କ ସିଲ୍ ନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ଅଧିକାରୀ ଜଣକ ଡାଇବେଟିସ୍ ଆକ୍ରାନ୍ତ ହୋଇଥିବାବେଳେ ସେ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ଗତ ତିନି ଦିନ ତଳେ ପାରଳାଖେମୁଣ୍ଡିରେ ପହଞ୍ଚିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ବ୍ୟାଙ୍କର ଦୁଇଟି ଶାଖାକୁ ଏବେ ବନ୍ଦ କରାଯାଇଛି । ଏବେ ଏହାର କର୍ମଚାରୀଙ୍କୁ ହୋମ୍ କ୍ବାରେଣ୍ଟିନ୍ କରାଯାଉଛି ।