ବ୍ୟାପକ ପରିମାଣରେ ମଦ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଦ୍ରକ ଅବକାରୀ ଗୁଇନ୍ଦା ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ବିଦେଶୀ ମଦ ଜବତ କରାଯାଇଛି । ଅବକାରୀ ନିରୀକ୍ଷକ କ୍ଷିତିଶ ଦାସଙ୍କ ତତ୍ୱବାଧାନରେ ଉକ୍ତ ଚଢ଼ାଉ ହୋଇଥିବା ବେଳେ ଏଥିରେ ୨୬ଲିଟର ବିୟର, ୫.୪ଲିଟର ବିଦେଶୀ ମଦ ଓ ୨୫ଲିଟର ଦେଶୀ ମଦ ଜବତ କରାଯାଇଛି । ଏହାସହିତ ଚୋରା ମଦ ବିକ୍ରୟ କରୁଥିବା ଅଭିଯୋଗରେ୪ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଚଢ଼ାଉରେ ଅବକାରୀ ଗୁଇନ୍ଦା ବିଭାଗର ସ୍ୱାତୀ ପଟ୍ଟନାୟକ, ଓଆଇସି ଭବେଶ ଦାସ, ବ୍ରଜମୋହନ ମଲ୍ଲିକ, ଦୀପକ ରାଉତ, ସନ୍ତୋଷ ଦାସ, ପରେଶ ଚନ୍ଦ୍ର ଟୁଡୁ, ସୁବାଶିଷ ରାଉତ ପ୍ରମୁଖ ସାମିଲ ହୋଇ ଥିଲେ ।