ବ୍ୟାପକ ବୃକ୍ଷରୋପଣ ପାଇଁ ଡିଏଫଓଙ୍କୁ ନିବେଦନ
ହାଟଡ଼ିହି, : ସ୍ୱେଚ୍ଛାସେବୀ ସଂଗଠନ “କେନ୍ଦୁଝର ବଞ୍ଚାଅ ମଞ୍ଚ” ଓ “ଗ୍ରୀନ ଓଡିଶା” ତରଫରୁ ପଢ଼ିଆରିପଲ୍ଲି ପଞ୍ଚାୟତର କୁରାଢ଼ିଘସା, ଝୁଣାବାଡି, ମହୁଲପଙ୍ଖା ଗ୍ରାମରେ ଥିବା ସରକାରୀ ଜମିରେ ବ୍ୟାପକ ବୃକ୍ଷରୋପଣ କରିବା ସହିତ ଗୋବର୍ଦ୍ଧନ ପାହାଡରେ ଖାଲିପଡିଥିବା ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରିବାପାଇଁ ଆନନ୍ଦପୁର ଡିଏଫଓଙ୍କ ନିକଟରେ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏହା ସହିତ ମହୁଲପଙ୍ଖା, କୁରାଢ଼ିଘସା, ଝୁଣାବାଡି ଗ୍ରାମବାସୀଙ୍କ ଦ୍ୱାରା ସଂରକ୍ଷିତ ଶାଳଜଂଗଲ ରଗୁଡି ଶାଳଜଂଗଲର ସୁରକ୍ଷା ପାଇଁ ପ୍ରକୃତିବନ୍ଧୁ ବିଶ୍ୱରଞ୍ଜନ ବେହେରା ଆନନ୍ଦପୁର ଡିଏଫଓ ଅଜିତ ସତପଥିଙ୍କ ସହିତ ଆଲୋଚନା କରିଥିଲେ । ଜଂଗଲ ମାନଙ୍କରେ ଥିବା ଆମ୍ବଗଛ, ପଣସ, ମହୁଲ ଓ ବିଭିନ୍ନ ଫଳଗଛ ସୁରକ୍ଷା ଓ ନୁତନ ଭାବେ ଫଳଗଛ ଲଗାଯାଇ ଏହାର ସୁରକ୍ଷା କରାଗଲେ ବନ୍ୟଜନ୍ତୁ ମାନେ ଗ୍ରାମାଞ୍ଚଳକୁ ପ୍ରବେଶ ନକରି ବଣଜଂଗଲରେ ସେମାନଙ୍କ ଖାଦ୍ୟ ପାଇପାରନ୍ତେ । ବଣଜଂଗଲର ସୁରକ୍ଷା ପାଇଁ ଗାଈ, ଗୋରୁ ଛେଳି ମାନଙ୍କୁ ଜଂଗଲକୁ ନଛାଡିବା ବ୍ୟାପକ ସଚେତନତା ପାଇଁ ଡିଏଫଓ ଅଜିତ ସତପଥି ଜନସାଧାରଣଙ୍କୁ ନିବେଦନ କରିବା ସହିତ ବ୍ୟାପକ ବୃକ୍ଷରୋପଣ ପାଇଁ ହଦଗଡ ବନପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖୁବଶୀଘ୍ର କୁରାଢ଼ିଘସା, ମହୁଲପଙ୍ଖା ଗ୍ରାମବାସୀଙ୍କୁ ନେଇ ବନସୁରକ୍ଷା ସମିତି ଗଠନ କରାଯିବ ବୋଲି ଡିଏଫ୍ଓ ସୁଚନା ଦେଇଛନ୍ତି ବୋଲି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।