ଭଞ୍ଜନଗରରେ ପୁଣି ୫ କୋରନା ପଜିଟିଭ ଚିହ୍ନଟ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାରେ କୋରନା କାୟା ବିସ୍ତାର କରି ଚାଲିଥିବା ବେଳେ ଭଞ୍ଜନଗରରେ ମଧ୍ୟ ଏହା ବ୍ୟାପକ ଭାବେ ବୃଦ୍ଧି ପାଉଛି। ଶନିବାର ଭଞ୍ଜନଗର ରୁ ୫ଟି ନୂଆଁ ପଜିଟିଭ କେସ ସାମନାକୁ ଆସିଛି। ଏ ନେଇ ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି। ପାଞ୍ଚ ଜଣଙ୍କ ମଧ୍ୟରୁ ୪ ଜଣ ପୋଲିସ କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଜଣେ ଭେଜିପୁଟ ଗୋଲା ସାହିର ହୋଇଥିବା ଜଣାପଡିଛି। ସମସ୍ତ ଆକ୍ରାନ୍ତ ଭଞ୍ଜନଗର କୋଭିଡ଼ କେର ହସ୍ପିଟାଲରେ ରେ ଚିକିତ୍ସିତ ହେଉଥିବା ବିଡ଼ିଓ ଅନିଲ କୁମାର ସେଠୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଭଞ୍ଜନଗରରେ ପଜିଟିଭ ସଂଖ୍ୟା ବୃଦ୍ଧି ହେବା ପରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ମଧ୍ୟରେ ଭୟର ବାତା ବରଣ ଦେଖାଦେଇଛି। ଏଭଳି ସ୍ଥିତିରେ ସମସ୍ତେ ଘରେ ରହି ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ନିୟମ ମାନି ଚଳିବା ଜରୁରୀ ହୋଇପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ