ଭଦ୍ରକରେ ଓପିଟିସିଲ ଶ୍ରମିକ କର୍ମଚାରୀ ସଂଘର ଜରୁରୀ ବୈଠକ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ରବିବାର ଦିବା ୧୧ ଘଟିକା ସମୟରେ ଓପିଟିସିଲ- ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ପ୍ରତାପ ରାୟଙ୍କ ନେତୃତ୍ବରେ ଭଦ୍ରକ ଗ୍ରିଡ଼ ପୁଜା ମଣ୍ଡପ ଆନୁକୁଲ୍ୟରେ ଏକ ବିଶାଳ ସଭାର ଆୟୋଜନ ହେଇଥିଲା। ସ୍ଵପ୍ରବୃତ ଭାବେ ଯାଜପୁର, ଡୁବୁରୀ, ଭଦ୍ରକ, ଯୋଡ଼ା, ବାଲେଶ୍ବର, ଚାନ୍ଦବାଲି, ଅଗରପଡ଼ା ଏବଂ ଯାଜପୁର ଟାଉନ୍ ରୁ ଓପିଟିସିଲ ଶ୍ରମିକ କର୍ମଚାରୀ ସଂଘର ସଭ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଉକ୍ତ
ବୈଠକରେ ଅଗରପଡା ଗ୍ରୀଡର ଅଧିକାରୀ ମାନଂକର ବୈଷୟିକ କର୍ମଚାମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ଏବଂ ନିଜେ ଗ୍ରୀଡରେ ରହି ଘର ଭଡ଼ା ନେଉଥିଲା ବେଳେ ରାତି ଦିନ ୨୪ ଘଂଟା କାର୍ଯ କରୁଥିବା ବୈଷୟିକ କର୍ମଚାମାନଙ୍କୁ ଦୁବ୍ୟବହାର କରିବା ଆଜିର ବୈଠକରେ ଘୋର ନିନ୍ଦା କରା ଯାଇଥିଲା। ବହୁତ୍ କର୍ମଚାମାନଙ୍କୁ ଜାଣିଶୁଣି ହଇରାଣ କରିବା, ମାନସିକ ଚାପ ପକାଇବା, ଛୁଟି ମଞ୍ଜୁରୀ ନ କରିବା ଏ ସବୁ ବାବଦରେ ଆଲୋଚନା କରା ଯାଇଥିଲା ଏବଂ ଦୃଢ଼ ନିନ୍ଦା ମଧ୍ୟ କରାଯାଇଥିଲା। ଭବିଷ୍ୟତରେ ଏପରି ଅଫିସର୍ ମାନଂକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟ ମାନଂକ ମଧ୍ୟରେ ନଳିନୀକାନ୍ତ ଜେନା, ଅନନ୍ତ କିଶୋର ଜେନା, ଜଗବନ୍ଧୁ ଦଳାଇ, ନଗେନ୍ ବେହେରା, ପ୍ରଶାନ୍ତ ଦାସ, ଦୀପକ ବାରିକ୍, କମଳା କାନ୍ତ ପଣ୍ଡା, ବିନୟ ବେହେରା, ଏମ. ଏମ ଅର୍ସଦ ଖାଲିଡ,ବିଜୟ ସାହୁ, ରାମ ହେମ୍ବ୍ରମ୍ ଏବଂ ଚନ୍ଦନ ସାମଲ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ସଭାର ସଭାପତି ତଥା ରାଷ୍ଟ୍ରୀୟ ମଜଦୂର ସଙ୍ଘର ଯୁଗ୍ମ ସାଧାରଣ ସମ୍ପାଦକ, ନିଷ୍ଫଳ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଏବଂ ଓପିଟିସିଲ ଶ୍ରମିକ କର୍ମଚାରୀ ସଂଘର ପରାମର୍ଶଦାତା ଶ୍ରୀ ଅକ୍ଷୟ କୁମାର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଓପିଟିସିଲ ଶ୍ରମିକ କର୍ମଚାରୀ ସଂଘ ସତ୍ୟ ଓ ନ୍ୟାୟ ରେ ପରିଚାଳିତ ହେବା ସହ ଶ୍ରମିକ ମାନଂକ ସମସ୍ୟା ସମାଧାନ କରିବାରେ ସଦା ସର୍ବଦା ଚେଷ୍ଟିତ ଏବଂ ସଂଘକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ। ସର୍ବଶେଷରେ ଶ୍ରୀ ପ୍ରିତିଶି କୁମାର ପରିଡ଼ା ସଭ୍ୟ ମାନଂକୁ ଧନ୍ୟବାଦ୍ ଦେବା ସହ ସଭା କାର୍ଯ୍ୟ ସମାପନ କରିଥିଲେ।