ଭରତପୁର ଗ୍ରାମପଂଚାୟତ ରିଲିଫ ଟ୍ରଷ୍ଟ ପକ୍ଷରୁ ମାସ୍କ, ସାବୁନ ବୀତରଣ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଭରତପୁର ଗ୍ରାମପଂଚାୟତ ରିଲିଫ ଟ୍ରଷ୍ଟ ପକ୍ଷରୁ ଶନିବାର ଜଗନ୍ନାଥପୁର,ପାରାଚକ ଓ ଖଣ୍ଡିଆବନ୍ଧି ଗ୍ରାମର ଲୋକମାନଙ୍କୁ ମାସ୍କ ଓ ସାବୁନ ବଂଟନ କରାଯାଇଛି । ରିଲିଫ ଟ୍ରଷ୍ଟର ସଭାପତି ତଥା ପଂଚାୟତର ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ଏବଂ ସଦର ଥାନା ଅନ୍ତର୍ଗତ ୫ନମ୍ବର ପାଟ୍ରୋଲିଂ ପୋଲିସ ଟିମର ମହିଳା ସବଇନିସପେକ୍ଟର ଜେ.ସ୍ୱାଇଁ ପାରାଚକ ଗ୍ରାମର ଅନୁସୂଚିତ ଜାତିର ଗରୀବ ଲୋକମାନଙ୍କୁ ପ୍ରଥମେ ମାସ୍କ ଓ ସାବୁନ ବୀତରଣ କରି କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରିଥିଲେ । ବିନା ଆବଶ୍ୟକରେ ଘରୁ ପଦାକୁ ନବାହାରିବା, ସାମାଜିକ ଦ୍ୱରତା ଅବଲମ୍ବନ କରିବା ପ୍ରଭୃତି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ ସରପଂଚ ଶ୍ରୀମତୀ ରାଉତ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସମ୍ପାଦକ ପ୍ରବୋଧ କୁମାର ଦାସ, କୋଷାଧ୍ୟକ୍ଷ ଶାରଦା ପ୍ରସାଦ ରାଉତ, ଟ୍ରଷ୍ଟର ଟ୍ରଷ୍ଟି ବିମଳାକାନ୍ତ ଚୈାଧୁରୀ, ପ୍ରସନ୍ନ କୁମାର ମଳିକ, ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ, ଅରବିନ୍ଦ ମହାନ୍ତି, ରଞ୍ଜିତ ମଳିକ, ଗଗନ ମଳିକ, ରଞ୍ଜନ କୁମାର ମଲ୍ଲ, ପ୍ରଶାନ୍ତ ମଳିକ ଓ ସମାଜସେବୀ ବସନ୍ତ କୁମାର ବରାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ । ଆସନ୍ତାକାଲି ପୁଣି ଅନ୍ୟଗ୍ରାମ ଗୁଡିକରେ ସଚେତନତା ସହ ମାସ୍କ ଓ ସାବୁନ ବୀତରଣ କରାଯିବ ବୋଲି ସରପଂଚ ଶ୍ରୀମତୀ ରାଉତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ