ଭାଗବତ କଥା ବିତରଣ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସ୍ଥିତ ଭାଗବତ କଥା ବିତରଣ ପରିଷଦ ପକ୍ଷରୁ ତିନି ଦିନ ବ୍ୟାପି ବୃକ୍ଷରୋପଣ ଏବଂ ଘରକୁ ଘର ବୁଲି ଚାରା ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ରବିବାର ପୂର୍ବାହ୍ନରେ ଥାନା ପରିସର ସମେତ ପୌରାଂଚଳର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ରୋପଣ କରାଯାଇଥିବା ଚାରାର ତଦାରଖ ଦାୟିତ୍ୱ ନେବା ପାଇଁ ପରିଷଦର ସଭ୍ୟ ସଭ୍ୟା ମାନେ ଶପଥ ନେଇଥିଲେ । ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷସମେତ ଅଧିକ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷ ରୋପଣ କରାଯିବା ପାଇଁ ପରିଷଦର ଲକ୍ଷ୍ୟ ରହିଛି ବୋଲି ପାରିଷଦର ବୃକ୍ଷରୋପଣ କାର୍ଯ୍ୟକ୍୍ରମର ଅଧ୍ୟକ୍ଷ ତଥା ଶିକ୍ଷାବିତ ହରିହର ଚୌଧୁରୀ କହିଛନ୍ତି । କାର୍ଯ୍ୟକ୍ରମରେ ପାରିଷଦର ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, ସମୀକ୍ଷକ ଡ଼ଃ. ରମେଶ ଚନ୍ଦ୍ର ଚୌଧୁରୀ, କୋଷାଧ୍ୟକ୍ଷ ନୀଳମାଧବ ଦ୍ୟାନସୁମନ୍ତ, ଓୟୁଜେ ଗଂଜାମ ଜିଲ୍ଲା ଉପସଭାପତି ଦ୍ୱୀତିକୃଷ୍ଣ ପଣ୍ଡା, ନାରାୟଣ ପାଢି, ଏ.ଶଙ୍କର ପ୍ରସାଦ ଆଚାରୀ, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପଟ୍ଟନାୟକ, ବଂଶୀଧର ସାହୁ, ଏସ. ବଳରାମ ପାତ୍ର, ଆଲୋକ କୁମାର ନାୟକ, ରମେଶ ଚନ୍ଦ୍ର ପଟ୍ଟନାୟକ, ପୂର୍ଣ୍ଣବାସୀ ପାଣିଗ୍ରାହୀ, ସଂଯୁକ୍ତା ବେହେରା, ସକୁନ୍ତଳା ସାହୁ, ସୁଲୋଚନା ସାହୁ, କିଶୋର ଚନ୍ଦ୍ର ବିଷୋୟୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ