ଭାରତକୁ ପ୍ରଶଂସା କଲେ ପାକିସ୍ତାନୀ ସାସଂଦ

ନୂଆଦିଲ୍ଲୀ : ପୁଲଓ୍ୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବା ବେଳେ ଭାରତକୁ ପାକିସ୍ତାନର ଜଣେ ସାସଂଦ ପ୍ରଶଂସା କରିଛନ୍ତି । ପାକିସ୍ତାନରେ ଏବେ ସରକାର ଗଠନ କରିଥିବା ଇମରାନ୍‌ ଖାନ୍‌ଙ୍କ ତେହେରିକ୍‌-ଇ-ଇନସାଫ୍‌ ସାସଂଦ ରମେଶ ଭଙ୍କଓ୍ୱାନୀ ମୋଦୀ ସରକାରଙ୍କର ଆତିଥ୍ୟକୁ ପ୍ରଶଂସା କରିଛନ୍ତି ।

ରମେଶ କୁମ୍ଭମେଳାକୁ ବିଦେଶର ବିଭିନ୍ନ ଦେଶର ରାଜନୈତିକ ବ୍ୟକ୍ତିଙ୍କ ପାଇଁ କରାଯାଉଥିବା ସ୍ୱତନ୍ତ୍ର ପ୍ରଦର୍ଶନ ବ୍ୟବସ୍ଥାରେ ପ୍ରୟାଗରାଜକୁ ଆସିଥିଲେ । ସେଠାରେ ତାଙ୍କୁ ଦିଆଯାଇଥିବା ଆତିଥ୍ୟରେ ସେ ବେଶ୍‌ ଖୁସୀ ଥିବା କଥା କହିଛନ୍ତି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିବା ପରେ ସେ ଏହି ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସୁଷମା ସ୍ୱରାଜଙ୍କୁ ଭେଟିବା ସମୟରେ ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହାତ ନଥିବା କଥା ରମେଶ ଭଙ୍କଓ୍ୱାନୀ କହିଛନ୍ତି । ଭାରତ ଓ ପାକିସ୍ତାନ ଭଭୟ ଦେଶ ଶାନ୍ତି ଚାହାନ୍ତି , ଉଭୟ ଦେଶ ଏକାଠି ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ