ଭାରତରେ ଦିନକୁ ପାଖାପାଖି ୯ ଲକ୍ଷ ରେକର୍ଡ ପରୀକ୍ଷଣ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):ଭାରତ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋଭିଡ-୧୯ ନମୁନା ପରୀକ୍ଷା କରିବାରେ ସକ୍ଷମ ହୋଇଛି । ପାଖାପାଖି ୯ ଲକ୍ଷ (୮,୯୯,୮୬୪) ନମୁନା ଗୋଟିଏ ଦିନରେ ପରୀକ୍ଷା କରାଯାଇଛି ଯାହାକି ଏପର୍ୟ୍ୟନ୍ତ ସର୍ବକାଳିନ ଦିନିକିଆ ରେକର୍ଡ । ଏପର୍ୟ୍ୟନ୍ତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୦୯,୪୧,୨୬୪ରେ ପହଞ୍ଚିଛି ।
ଏତେ ସଂଖ୍ୟକ ପରୀକ୍ଷା ସତ୍ଵେ ପଜିଟିଭ ହାର ୮.୮୧ ପ୍ରତିଶତରେ ରହିଛି । ଗତ ସପ୍ତାହରେ ଜାତୀୟ ପଜିଟିଭ ହାର ୮.୮୪ ରହିଥିଲା ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ରେକର୍ଡ ସଂଖ୍ୟକ ୫୭,୯୩୭ ଜଣ ସୁସ୍ଥ ହୋଇଛନ୍ତି । ଏହି ସମୟ ମଧ୍ୟରେ ଏହି ସଂଖ୍ୟା ଆକ୍ରାନ୍ତଙ୍କ ଠାରୁ ୫୫,୦୭୯ ଅଧିକ । ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ବାହାରୁଥିବା ଯୋଗୁଁ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ (୧୯,୭୭,୭୭୯)ରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ଆଜି ୧୩ ଲକ୍ଷ (୧୩,୦୪,୬୧୩) ରୁ ଅଧିକ ହୋଇଛି ।
ଦୈନିକ ହାରାହାରି ସୁସ୍ଥତା ହାର କ୍ରମାଗତ ଭାବେ ବଢୁଥିବାରୁ ଭାରତର ସୁସ୍ଥତା ହାର ଶତକଡା ୭୩.୧୮ ହୋଇଥିବା ବେଳେ ମୃତ୍ୟୁହାର ମଧ୍ୟ ୧.୯୨ ପ୍ରତିଶତକୁ ହ୍ରାସ ପାଇଛି । କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିର ଦକ୍ଷ ପରିଚାଳନା ଯୋଗୁଁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ମଧ୍ୟ ଜାତୀୟ ହାରାହାରି ଠାରୁ ନିମ୍ନରେ ରହିଛି । ବ୍ୟାପକ ପରୀକ୍ଷା, ସଅଳ ଚିହ୍ନଟିକରଣ ଓ ପଜିଟିଭ ମାମଲାଗୁଡିକର ଏକାନ୍ତବାସ ଯୋଗୁଁ ଏହି ମୃତ୍ୟୁହାର ହ୍ରାସ ପାଇଛି । ଦେଶରେ ବର୍ତ୍ତମାନ ୬,୭୩,୧୬୬ ଜଣ ସକ୍ରିୟ ରୋଗୀ ଅଛନ୍ତି, ଯାହାକି ମୋଟ ସଂକ୍ରମିତଙ୍କ ସଂଖ୍ୟାର ମାତ୍ର ୨୪.୯୧ ପ୍ରତିଶତ । ଏହା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ରୋଗ ନିରୂପଣ ପାଇଁ ଦେଶରେ ପରୀକ୍ଷାଗାର ନେଟୱାର୍କ ମଧ୍ୟ ବ୍ୟାପକ କରାଯାଇଛି । ୯୭୧ଟି ସରକାରୀ, ୫୦୫ଟି ଘରୋଇ ଏହିପରି ମୋଟ ୧୪୭୬ ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।
କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: ।
https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।