ଧଳପୁର ଏବଂ ଜଟାପାଣି ସଟ୍ ଡାଉନ୍
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସିମାନ୍ତ ଜାମଦା ବ୍ଲକର ହେଁସଡା ପଞ୍ଚାୟତରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ଲୋକମାନେ ଅମାନିଆ ହେଉଛନ୍ତି ।କୋଭିଡ ଆଇନକୁ ଅମାନ୍ୟ କରି ଫାଙ୍କିମାରି ବୁଲୁଛନ୍ତି ।ଲୋକଙ୍କୁ ପ୍ରଶାସନ ଓ ସରପଞ୍ଚ ଯେତେ ବୁଝାଇଲେ ଅବୁଝା ହେଉଛନ୍ତି ।ଏହାକୁ ଉପଲବ୍ଧ କରି ହେଁସଡା ପଞ୍ଚାୟତ ସରପଞ୍ଚ ଭରତ ଚନ୍ଦ୍ର ଦେଓଗାମ କୋଭିଡ-୧୯ ଗାଇଡ ଅନୁସାରେ ମୁଖ୍ୟ ସଚିବଙ୍କ ଚିଠି ନଂ୨୨୩୨/ରାଜସ୍ବ୧୯-୦୪-୨୦୨୦ ସରପଞ୍ଚ
ଦିଆ ଯାଇଥିବା କ୍ଷମତା ଅନୁସାରେ ୧୯-୦୮-୨୦୨୦ରୁ(ବୁଧବାର)୨୫-୦୮-୨୦୨୦(ମଙ୍ଗଳବାର) ପର୍ଯ୍ୟନ୍ତ ଧଳପୁର ଏବଂ ଜଟାପାଣି ଗ୍ରାମକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।ଯଦି କେହି ଆଇନ ଉଲ୍ଲଂଘନ କରନ୍ତି ସେଥିପାଇଁ ଦଣ୍ଡିତ ହେବେ ବୋଲି ଘୋଷଣା କରିଛନ୍ତି ।ଘରେ ରହି ମାସ୍କ ପିନ୍ଧି ଓ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।


