ଭାରତର ସର୍ବପ୍ରଥମ ହାଇବ୍ରିଡ୍ କନ୍ସେପ୍ଟ ଟ୍ରାକ୍ଟର୍ ପ୍ରଦର୍ଶିତ
ଏକ୍ସକ୍ଲୁସିଭ୍ ୨୦୧୯ରେ, ଏସକର୍ଟର ବାର୍ଷିକ ନବୀନ ପ୍ରକ୍ରିୟା ମଂଚରେ, ଭାରତର ଅଗ୍ରଣୀ ଇଂଜିନିୟରିଂ ସଂସ୍ଥା, ଏସ୍କର୍ଟ ଲିମିଟେଡ୍, ଏହାର ସର୍ବପ୍ରଥମ ଉଭୟ ଇନ୍ଧନ ଓ ବ୍ୟାଟେରୀ ହାଇବ୍ରିଡ କନ୍୍ସେପ୍ଟ ଟ୍ରାକ୍ଟରର ଘୋଷଣା କରିଛନ୍ତି । ଏହି ଧାରଣା ଉପରେ ପ୍ରଥମେ ଗବେଷଣା କରି କମ୍ପାନି ୭୦-୭୫ ଐଚ ମଧ୍ୟରେ ଏହାକୁ ଆରମ୍ଭ କରିବାକୁ ଯାଉଛି । ଯାହାକୁ ପରବର୍ତୀ ସମୟରେ ୯୦ ଐଚ କୁ ବୃଦ୍ଧି କରାଯିବ । ଟ୍ରାକ୍ଟରରେ ଥିବା ଏହ ସ୍ୱତନ୍ତ୍ର ସାମର୍ଥ୍ୟ ଯୋଗୁୁଁଁ ବଜାରକୁ ଏପରି ଏକ ଉତ୍ପାଦନ ଆସିବାକୁ ଯାଉଛି ଯାହା ଉତ୍ସର୍ଜନ ହାର ହ୍ରାସ କରିବ ଓ ଗ୍ରାହକଙ୍କ ଦକ୍ଷତା ବୃଦ୍ଧି କରିବ । ଏହାସହିତ, ଟ୍ରାକ୍ଟର ଚାଳିତ ମିନି ସୁଗରକେନ୍ ହାର୍ଭେଷ୍ଟର ଓ ସ୍ୱୟଂଚାଳିତ ଭାବେ ଆଗକୁ ବଢୁଥିବା ସିଂଚନ କୌଶଳ ମାଧ୍ୟମରେ ଏସ୍କର୍ଟ ପୁଣିଥରେ କୃଷି କ୍ଷେତ୍ରର ଯାନ୍ତ୍ରିକୀକରଣରେ ଓ କୃଷି ରେ ନିଜର ନେତୃୃତ୍ୱକୁ ସୁଦୃଢ କରିବ । ଏସ୍କର୍ଟର ହାଇବ୍ରିଡ ଟ୍ରାକ୍ଟର ହେଉଛି ପରିବେଶ -ଅନୁକୂଳ ଓ ଅଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବା ଏକ ଉତ୍ପାଦ । ଏହାର ଚାରିଟି ଅପରେଟିଂ ମୋଡ୍ ରହିଛି । ହାଇବ୍ରିଡ ମୋଡ୍, ଏଥିରେ ମେସିନ ଯାନକୁ ଆଗକୁ ନେବା ପାଇଁ ଦୁଇଟି ଉତ୍ସରୁ ଶକ୍ତି ବ୍ୟବହାର କରିଥାଏ, ଗୋଟିଏ ଡିଜେଲ୍ ଓ ଅନ୍ୟଟି ବୈଦ୍ୟୁତିକ । ପିଓର୍ ଇଲେକ୍ଟ୍ରିକ୍ ମୋଡ୍୍ରେ, ଟ୍ରାକ୍ଟରରୁ କୌଣସି ବିକିରଣ ହୁଏ ନାହିଁ ଓ ଏହା କେବଳ ବ୍ୟାଟେରୀରେ ପରିଚାଳିତ ହୋଇଥାଏ । ଆଇସିଇ ଡାଇରେକ୍ଟ ମୋଡ୍୍ରେ ଏକ ଇଂଟରନାଲ୍ କମ୍ବସନ୍ ଇଂଜିନ ସହିତ ଟ୍ରାକ୍ଟର ଏକ ପାରମ୍ପରିକ ଟ୍ରାକ୍ଟର ଭଳି ଚାଲିଥାଏ ଓ ପରିଚାଳିତ ହୋଇଥାଏ । ଏହାକୁ ତିନିଟି ମୋଡ୍୍ରେ ଚାର୍ଜ କରାଯାଇପାରିବ – ରିଜେନେରେସନ୍, ଯେତେବେଳେ କାର୍ଯ୍ୟ କରିବା ସମୟରେ ଅତ୍ୟଧିକ ପରିମାଣର ପାୱାର ଉପଲବ୍ଧ ଥିବ, ଆଇସିଇ ( ଇଂଟରନାଲ କମ୍ବସନ୍ ଇଂଜିନ ମାଧ୍ୟମରେ) ଓ ପ୍ଲଗ୍ ଇନ୍ ମୋଡ୍ , ଯେଉଁଥିରେ ଯାନ କୌଣସି ସ୍ଥାନରେ ସ୍ଥିରତା ସହ ଠିଆ ହୋଇଥିବା ବେଳେ ଏକ ଚାର୍ଜିଂ ଡିଭାଇସ୍ ସହିତ ସାଧାରଣ ମାନଦଣ୍ଡ ଯୁକ୍ତ ୱାଲ୍ ସକେଟ୍ ସହିତ ସଂଯୁକ୍ତ ହୋଇଥାଏ ।


