ଭାରତ ଗ୍ରସ୍ତରେ ଆସୁଛନ୍ତି ଶ୍ରୀଲଙ୍କାର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ

ନୂଆଦିଲ୍ଲୀ:- ଭାରତକୁ ପାଞ୍ଚ ଦିନଆ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦୁଇ ଦେଶ ମଧ୍ୟରେ କିଭଳି ଭାବେ କୁଟନୈତିକ ସମ୍ପର୍କ ଆହୁରି ମଜବୁତ ହେବ ସେ ବିଷୟରେ ଆଲୋଚନା କରିବାର ସମ୍ଭାବନା ରହିଛି । ଏହା ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିବାର କାର‌୍ୟ୍ୟସୂଚୀ ରହିଛି। ଆସନ୍ତାକାଲି ତାଙ୍କୁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଗତ ନଭେମ୍ବର ମାସରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହେବା ପରେ ରାଜପକ୍ଷେଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ ହେବ। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସହ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏକ ୧୦ ଜଣିଆ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଆସୁଛନ୍ତି। ଗତ ବର୍ଷ ନଭେମ୍ବରରେ ଭାରତ ପକ୍ଷରୁ ଘୋଷଣା କରାଯାଇଥିବା ୪୫୦ ମିଲିଅନ ଡଲାର ସହାୟତାରେ ହେବାକୁ ଥିବା ପ୍ରକଳ୍ପଗୁଡିକ ସମ୍ପର୍କରେ ଏହି ଗସ୍ତ କାଳରେ ଆଲୋଚନା ହେବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ