ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କଲେ ବେଲଗୁଣ୍ଠା ବ୍ଳକ୍ ର ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଓଡ଼ିଶା ସରକାର ଠିକା ନିଯୁକ୍ତି ପ୍ରଥା ହଟିବା ନେଇ ଘୋଷଣା କରିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ସମୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଦ୍ୱାରା ଠିକାରେ ନିଯୁକ୍ତ ପାଇଥିବା ବହୁ ଠିକା ସ୍ୱାସ୍ଥ୍ୟ କର୍ମଚାରୀ ନିୟମିତ ହେବା ପ୍ରକ୍ରିୟାରୁ ବଞ୍ଚିତ ହୋଇଛନ୍ତି I ଏଥିରେ ଠିକା ସ୍ୱାସ୍ଥ୍ୟ କର୍ମଚାରୀ ମାନେ କ୍ଷୋଭ ପ୍ରକାଶ କରିବା ସହିତ ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଗଠନ କରି ନିଜର ବିଭିନ୍ନ ଦାବି ପୂରଣ ପାଇଁ କାର୍ଯ୍ୟରେ ରହି କର୍ମକ୍ଷେତ୍ରରୁ ସରକାରଙ୍କୁ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଛନ୍ତି I ଆଜି ବେଲଗୁଣ୍ଠା ବ୍ଳକ୍ ରେ ଏହି ଠିକା କର୍ମଚାରୀ ମାନେ ହଳଦିଆ ବ୍ଯାଜ୍ ପରିଧାନ କରି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ କାର୍ଯ୍ୟ କରିବା ସହିତ ମିଶନ୍ ଠିକା ମୁକ୍ତି ଅଭିଯାନ ସ୍ଲୋଗାନ୍ ଦେଇ ସ୍ଥାୟୀ ନିଯୁକ୍ତି ଦାବି କରି ବେଲଗୁଣ୍ଠା ଭାରପ୍ରାପ୍ତ ଗୋଷ୍ଠୀ ସ୍ଵାସ୍ଥ୍ୟ କେଂଦ୍ର ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି I ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଠିକା କର୍ମଚାରୀ ମାନେ ହଳଦିଆ ବ୍ଯାଜ୍ ପିନ୍ଧି କାର୍ଯ୍ୟ କରି I ୨୦ ତାରିଖ ଭିତରେ ଯଦି କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ୨୧ ତାରିଖରେ କର୍ମଚାରୀମାନେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମହାସଂଘ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ