ଭାରିଯାନ ଧକ୍କାରେ ଗଳି ପଡ଼ିଲା ରେଲୱେ ହାଇଟ୍ ଗଜ 

କଟକ,(ଦୀପକ୍ କୁମାର ବେଉରା): କଟକ ୧୬ ନଂ ଜାତୀୟ ରାଜପଥର ମଧୁପାଟଣା ଛକ ସମ୍ରାଟ ସିନେମା ହଲ୍ ସାମ୍ନାରେ ଥିବା ରେଲୱେ ହାଇଟ୍ ଗଜକୁ ଏକ ଭରିଯାନ ଧକ୍କା ଦେବା ଫଳରେ ରେଲୱେ ହାଇଟ୍ ଗଜଟି ରାସ୍ତା ଉପରେ ଦୀର୍ଘ ସମୟ ଧରି ପଡି ରହିଥିଲା । ଯାହା ଫଳରେ ଉକ୍ତ ସ୍ଥାନରେ ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା । ଖବର ପାଇ ମଧୁପାଟଣା ଥାନା ଅଧିକାରୀ, ଟ୍ରାଫିକ ଏସିପି, ଥାନା ଅଧିକାରୀ ଉପସ୍ଥିତରେ ଏହି ରେଲୱେ ହାଇଟ୍ ଗଜକୁ ସେଠାରୁ ହଟା ଯାଇଥିଲା । ଏହି ସମୟରେ ସ୍ଥାନୀୟ ବିଧାୟକ ସୈାଭିକ୍ ବିଶ୍ୱାଳ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ରେଲୱେ ହାଇଟ୍ ଗଜଟି ହଟାଯିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ