ଭିକୁ ସେଠଙ୍କୁ ଚୌଦ୍ୱାରରେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି

ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଓଡ଼ିଆ ଯାତ୍ରାଜଗତର ପ୍ରଥମ ଖଳନାୟକ ଭାବେ ସୁପରଷ୍ଟାର ର ଆଖ୍ୟା ପାଇଥିବା ମହେନ୍ଦ୍ର ଦାସ ଓରଫ ଭିକୁ ସେଠଙ୍କୁ ଚୌଦ୍ୱାରରେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।ଚୌଦ୍ୱାର ସହରର ଅଗ୍ରଣୀ ଜଜାତିକେଶରୀ ନାଟ୍ୟ ପରିଷଦ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସ୍ମୃତି ଶଭାର ଆୟୋଜିତ ହୋଇଥିଲା ।ଜଲିଉଡ଼ର ସମସ୍ତ ନାମିଦାମୀ କଳାକାର ମାନେ ଏହି ସ୍ମୃତି ସଭାରେ ଯୋଗ ଦେଇ ମହେନ୍ଦ୍ର ଦାସଙ୍କ ସ୍ମୃତି ଚାରଣ କରିଥିଲେ ।ଦୈତାରି ପଣ୍ଡା, ବାପି ପଣ୍ଡା,ଗୌର ଦାସ, ଆର କେ ହୀରାଲାଲ, ରାନୀ ପଣ୍ଡା, ଅଞ୍ଜନା ନାୟକଙ୍କ ସମେତ ସମସ୍ତ ଆଗ ଧାଡ଼ିର କଳାକାରମାନେ ଯୋଗ ଦେଇଥିଲେ । ଏ ଅବସରରେ ମହେନ୍ଦ୍ର ଦାସଙ୍କ ସ୍ମୃତିରେ ନାଟକର ଶେଷ ଦୃଶ୍ୟ ଶୀର୍ଷକ ସ୍ମରଣୀକା ଉନ୍ମୋଚିତ ହୋଇଛି । ଆଜିର ସ୍ମୃତି ଶଭାରେ ରାନୀ ପଣ୍ଡା ସ୍ବର୍ଗତ ମହେନ୍ଦ୍ର ଦାସଙ୍କ ସାନ ଝିଅ ର ବାହାଘର ଖର୍ଛ ତୁଲାଇବେ ବୋଲି ଘୋଷଣା କରିଥିଲେ । ଜଜାତିକେଶରୀ କ୍ଲବ ସଭାପତି ଶୁଭେନ୍ଦୁ ସାମଲ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ତାଙ୍କୁ ଭବାନୀଷଙ୍କର ମହାରଣା, ନାରାୟଣ ଜେନା, ଶ୍ରୀନିବାସ ସାହୁ, ଅର୍ଜୁନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ