ଭିଜିଲାନ୍ସ ଜାଲରେ ବଲାଙ୍ଗିର ସ୍ପେଶାଲ୍ ପ୍ଲାନିଂ ଅଫିସର୍
ବଲାଙ୍ଗିର,(ସୁଜିତ କୁମାର ମେହେର): ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ପେଶାଲ୍ ପ୍ଲାନିଂ ଅଫିସର ଜୀବଦିଶ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଦର୍ଶପଡ଼ା ସ୍ଥିତ ତାଙ୍କ ଘର, ସମ୍ପର୍କୀୟଙ୍କ ଘର, କଲେଜ ଛକ ସ୍ଥିତ ଅଫିସ୍ ଏବଂ ପୁଇଁନ୍ତଲା ବ୍ଲକ୍ ଶିକାବାହେଙ୍ଗା ଗାଁରେ ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି । ସମ୍ବଲପୁର, ସୋନପୁର ଏବଂ ବଲାଙ୍ଗିର ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଚଢ଼ଉରେ ସାମିଲ ଅଛନ୍ତି । ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଜୀବଦିଶ ପାତ୍ରଙ୍କ ସମ୍ପତ୍ତି ଯଥା:- ନଗଦ ଟଙ୍କା, ସୁନା, ବ୍ୟାଙ୍କ ଆକାଉଣ୍ଟ, ଇନସ୍ୟୁରାନ୍ସ କାଗଜପତ୍ର ଆଦିର ଯାଞ୍ଚ କରୁଛି । ବର୍ତ୍ତମାନ ସୁଦ୍ଧା ଚଢ଼ଉ ଜାରି ରହିଥିବାରୁ ଏ ସମ୍ପର୍କିତ ସବିଶେଷ ତଥ୍ୟ ମିଳିପାରି ନାହିିଁ ।