ଭିଡିଓ କନଫରେନ୍ସିଂରେ ହେବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର: ଆସନ୍ତା ୯ ତାରିଖ ସକାଳେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । କୋଭିଡ-୧୯ ଯୋଗୁ ତାଲାବନ୍ଦ ଥିବାରୁ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ଏହି କ୍ୟାବିନେଟ ବୈଠକ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ । ପୂର୍ବରୁ ଏପରି ଭିଡିଓ କନଫରେନ୍ସିଂ ଜରିଆରେ କ୍ୟାବିନେଟ ଅନୁଷ୍ଠିତ ହେବାର ନଜିର ନାହିଁ । ତେବେ କ୍ୟାବିନେଟ ଏଜେଣ୍ଡା ଏ ପର୍ଯ୍ୟନ୍ତ କୌଣସି ମନ୍ତ୍ରୀମାନଙ୍କୁ ପ୍ରଦାନ କରାଯାଇନାହିଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୈଠକ ସେହି ଦିନ ସକାଳ ୧୦ଟା ୪୫ ରେ ହେବାର ସମ୍ଭାବନା ରହିଛି । ଏଜେଣ୍ଡା ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଆଜି କିମ୍ବା ଗୁରୁବାର ସକାଳେ ଟେଲିଫୋନ ଓ ଇ-ମେଲ ଯୋଗେ ଜଣାଇ ଦିଆଯିବ । କରୋନା ସତର୍କତା ପଦକ୍ଷେପ ସ୍ୱରୂପ ସଂସଦୀୟ ବ୍ୟାପାର ବିଭାଗକୁ ଅଣକ୍ରିଟିକାଲ ବର୍ଗ ବୋଲି ସରକାର ଘୋଷଣା କରିଥିବାରୁ ଏହି ବିଭାଗର କର୍ମଚାରୀମାନେ ଲୋକସେବା ଭବନ ଆସୁନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ