ଭୁଜାଖିଆ ପୀରବାବାଙ୍କ ‘ଉର୍ସ’ ପ୍ରସ୍ତୁତିି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଭୁଜାଖିଆ ପୀରବାବାଙ୍କ ୭୯ ବାର୍ଷିକ ଉତ୍ସବ ଉର୍ଷ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ବାଲେଶ୍ୱର ସହରର ସୁନହଟସ୍ଥିତ ବାବାଙ୍କ ଆସ୍ଥାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୁବ ସଂଗଠକ ସାହିରୁଲ ହକଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୌରାଧ୍ୟକ୍ଷା ସବିତା ସାହୁ, ପୌର ଉପାଧ୍ୟକ୍ଷ କୈଳାସ ସେଠୀ, ସିଟି ଡିଏସପି ଗାୟତ୍ରୀ ପ୍ରଧାନ, ଡିଆଇବି ଡିଏସପି ବ୍ରଜେଶ୍ୱରୀ ବଳ, ଟାଉନଥାନା ଅଧିକାରୀ ପର୍ଶୁରାମ ସାହୁ, ଟିପିଏନଓଡିଏଲ ଏସଡିଓ ଗିରିଜା ଶଙ୍କର ନାୟକ, ବରିଷ୍ଠ ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି, ଯୁବ ସଂଗଠକ ଭାଗବତ ସାହୁ, ବାଲେଶ୍ୱର ପୌର ପରିଷଦର କାଉନସିଲର ଶେଖ ଆୟୁବ ଓ ରୋଜାଲିନ ପାଣି, ଭୁଜାଖିଆ ପୀର ପରିଚାଳନା କମିଟି ସଭାପତି ଶେଖ୍ ଅବଦୁଲ ମୋହିତ, ବିଶ୍ୱନାଥ ଦାସ, ଅର୍ଜୁନ ପରିଡ଼ା, ଇନ୍ତେ୍ୱଖାବ ଅଲ୍ଲି ଖାନ, ଚିନ୍ମୟ ବିଶ୍ୱାଳ, ନଳନୀ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଅନ୍ୟାନ୍ୟ ବର୍ଷ ଭଳି ଆସନ୍ତା ୨୬ ତରିଖରୁ ଆରମ୍ଭ ହେଉଥିବା ବାବାଙ୍କ ୭୯ ତମ ଉର୍ଷ ଉତ୍ସବକୁ କିପରି ଶାନ୍ତି ଶୃଙ୍ଖଳାରେ ପାଳନ ହେବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଭାଇଚାରାର ପ୍ରତୀକ ଭାବେ ଭୁଜାଖିଆ ବାବାଙ୍କର ବାର୍ଷିକ ଉତ୍ସବ ବାଲେଶ୍ୱର ସହର ପାଇଁ ବେଶ ଗୁରୁତ୍ୱ ବହନ କରିଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ମହାଆଡମ୍ବର ସହକାରେ ଏହି ଉତ୍ସବ ପାଳନ ହେବ ବୋଲି ବିଧାୟକ ଶ୍ରୀ ଦାସ ଆଶାପ୍ରକାଶ କରିଥିଲେ । ଉତ୍ସବରେ ଜନଗହଳି ନିୟନ୍ତ୍ରଣ ତଥା ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ପାଇଁ ବିଧାୟକ ହାତପାଣ୍ଠିରୁ ଜିଲା ପୁଲିସକୁ ୩ ଗୋଟି ଡ୍ରୋନ କ୍ୟାମେରା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ବାବାଙ୍କ ଉତ୍ସବ ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟମରେ ସମ୍ପନ୍ନ ପାଇଁ ନିଷ୍ପତ୍ତି ନିଆଯାଇଛି । ବାବାଙ୍କର ଏହି ୭୯ ତମ ଉତ୍ସବକୁ ଶୃଙ୍ଖଳାର ସହ ପାଳନ ପାଇଁ ସେମାନେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଶେଖ ଅବଦୁଲ ବୁରହାନ, ଦିଲଦାର ହୋସେନ, ଶେଖ ସମସୁଦ୍ଦିନ, ଶେଖ ରଫିକ, ଶେଖ ନୟିମ, ଶେଖ ଗୋଲାମ ମୋଜାମିଲ, ହାଇଦର ଖାଁ, ଆଜିମ୍ ବାଲେଶ୍ୱରୀ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ । ଭୁଜାଖିଆ ପୀର ବାବା ପରିଚାଳନା କମିଟି ସମ୍ପାଦକ ଶେଖ ଜାହିରୁଦ୍ଦିନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ