ଭୁବନେଶ୍ୱରରେ ଆଉ ୧୨ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟାଇନରୁ ୪ ଓ ଲୋକାଲ କଣ୍ଟାକ୍ଟ କେସରେ ୮ ଜଣ ଚିହ୍ନଟ ହୋଇଛନ୍ତି । ଡୁମୁଡୁମା ରଘୁନାଥ ନଗର ବସ୍ତିରୁ ୨ ଓ ସୁଖ ବିହାର ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶ୍ରୀରାମନଗର ଓ ନୀଳାଦ୍ରିବିହାରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲରୁ ଜଣେ ପୁରୁଷ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜାଗମରା ଓ ୟୁନିଟ-୨ ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


