ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଓସ୍ବାନ ହଲ୍ ଠାରେ ଆଭାସୀ ମାଧ୍ଯମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଙ୍କ ଅଧ୍ଯକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଯେପରି ସଠିକ୍ ହେବ ସେଥି ସକାଶେ ସଂପୃକ୍ତ ସମସ୍ତ ଅଧିକାରୀ ମାନଙ୍କୁ ଗୁରୁତ୍ବ ଦେବାକୁ କହିଛନ୍ତି । ଭୋଟର ତାଲିକା କିଭଳି ସଂଶୋଧନ କରିବେ ଏବଂ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକର ସ୍ଥିତି କିଭଳି ଅନୁଧ୍ଯାନ କରି ପୂର୍ବ ପ୍ରସ୍ତୁତି କରିବେ ସେଥିନେଇ ଭୋଟର ତାଲିକା ପଞ୍ଜିକରଣ ଅଧିକାରୀ (ଇ.ଆର୍.ଓ) , ଭୋଟର ତାଲିକା ପଞ୍ଜିକରଣ ସହକାରୀ ଅଧିକାରୀ (ଏ.ଇ.ଆର୍.ଓ) ଏବଂ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ଗତ ଜୁନ୍ ପହିଲାରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ଏବଂ ପ୍ରଶିକ୍ଷଣ କାର୍ଯ୍ୟ ଜୁଲାଇ ୨୦ତାରିଖ ଦିନ ଶେଷ ହୋଇଛି । ଜୁଲାଇ ୨୧ ତାରିଖ ଠାରୁ ସେମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅଗଷ୍ଟ ମାସ ୨୧ ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀଗଣ ଘରକୁ ଘର ବୁଲି ଗୃହର ମୁଖିଆଙ୍କ ଠାରୁ ସେମାନଙ୍କ ପରିବାର ବର୍ଗଙ୍କ ତଥ୍ଯ ସଂଗ୍ରହ କରିବେ । ଏହା ବ୍ଯତୀତ ଆସନ୍ତା ୦୧.୧୦.୨୦୨୩ ସୁଦ୍ଧା ଯେଉଁ ନାଗରିକ ମାନଙ୍କର ବୟସ ୧୮-୧୯ ବର୍ଷ ହେବ ସେମାନଙ୍କ ନାମ ପଞ୍ଜିକରଣ କରାଇବା ସକାଶେ ତଥ୍ୟ ସଂଗ୍ରହ କରିବେ । ଭୋଟର ତାଲିକାରୁ ମୃତ ବ୍ୟକ୍ତିଙ୍କ ନାମ ବାଦ କରାଯିବ । ସ୍ଥାନାନ୍ତର ହୋଇଥିବା ଭୋଟ ଦାତାଙ୍କ ନାମ ମଧ୍ଯ ଉକ୍ତ ଭୋଟର ତାଲିକାରୁ ବାଦ କରାଯିବ । ଭୋଟର ତାଲିକାରେ ଲିପିବଦ୍ଧ ହୋଇଥିବା ଭୂଲ ତଥ୍ଯ ଗୁଡିକ ସଂଶୋଧନ କରିବାକୁ କୁହାଯାଇଛି । କୌଣସି ଭୋଟର ଦାତାଙ୍କ ନାମ ଭୋଟର ତାଲିକାରୁ ବାଦ ପଡିବ ନାହିଁ । ସମ୍ପର୍ଣ୍ଣ ଶତ ପ୍ରତିଶତ ଭୋଟର ତାଲିକା ଯେଭଳି ସଂଶୋଧନ ହେବ ସେହି ଦିଗରେ ସତର୍କ ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଗୁରୁତ୍ବ ଆରୋପ କରିଛନ୍ତି । ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା ନିମନ୍ତେ ଫର୍ମ ନଂ-୬ , ନାମ ବାଦ କରିବା ନିମନ୍ତେ ଫର୍ମ ନଂ- ୭, ନାମ ସଂଶୋଧନ କରିବା ନିମନ୍ତେ ଫର୍ମ ନଂ-୮, ଆଧାର ସହିତ ଭୋଟ ପରିଚୟ ପତ୍ର ସଂଯୋଗ କରିବା ନିମନ୍ତେ ଫର୍ମ ନଂ- ୬ (ଖ) ବ୍ଯବହାର କରିବା ପାଇଁ ଜନ ସାଧାରଣଙ୍କୁ ଜଣାଇ ଦିଆଯାଉଛି । ଆସନ୍ତା ତା.୧୭.୧୦୨୦୨୩ ରିଖରେ ଭୋଟର ତାଲିକା ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ ହେବ । ପ୍ରକାଶନ ହେବା ଦିନ ଠାରୁ ତା.୩୦.୧୧.୨୦୨୩ ରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଗୁଡିକ ଶୁଣାଣୀ ହେବ । ଅଭିଯୋଗ ଶୁଣାଣୀ ଗୁଡିକ ତା.୨୬.୧୨.୨୦୨୩ ରିଖ ସୁଦ୍ଧା ଫୈସଲା କାର୍ଯ୍ୟ ଶେଷ ହୋଇ ଜାନୁୟାରୀ ୫, ୨୦୨୪ ରିଖ ଦିନ ସମ୍ପୂର୍ଣ୍ଣ ସଂଶୋଧନ ଭୋଟର ତାଲିକା ପ୍ରକାଶନ ହେବ । ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଂକର ରାୟ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆସିଷ୍ଟାଣ୍ଟ କଲେକ୍ଟର ଓମ୍ ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ