ଭୟଙ୍କର ରୂପନେଉଛି କରୋନା ଭାଇରସ

ଚୀନ- ସାରାବିଶ୍ୱରେ ଏବେ କରୋନା ଭାଇରସର ଆତଙ୍କ ଦେଖାଦେଇଛି । ଏହି ଭାଇରସ ଯୋଗୁଁ ଚୀନରେ ବର୍ତ୍ତମାନ ସୁଦ୍ଧା ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଛି ଓ ପ୍ରାୟ ୩୦୦ରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଚୀନର କେନ୍ଦ୍ରୀୟ ସହର ଉହାନରେ ପ୍ରଥମେ ଏହି ଭାଇରସକୁ ଚିହ୍ନଟ କରାଯାଇଥିଲା । ଏହି ଭୂତାଣୁକୁ ବ୍ୟାପିବାରୁ କିପରି ରୋକାଯାଇପାରିବ ସେ ନେଇ ଚୀନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମଣ ବ୍ୟାପିବା ଭୟ ଥିବାରୁ ଚୀନର ଲୁନାର ନ୍ୟୁ ଇୟର ପାଳନକୁ ମଧ୍ୟ ବାତିଲ କରାଯାଇଛି । ଉହାନକୁ ଟୁର ଏଜେନ୍ସିମାନେ ମଧ୍ୟ ପର‌୍ୟ୍ୟଟକ ମାନଙ୍କୁ ଯିବା ପାଇଁ ବାରଣ କରିଛନ୍ତି । କେବଳ ଚୀନ ନୁହେଁ ବିଶ୍ୱବ୍ୟାପୀ ଅନ୍ୟ ଦେଶ ମାନଙ୍କରେ ମଧ୍ୟ କୋରାନ ଭାଇରସକୁ ନେଇ ଆତଙ୍କ ଖେଳିଗଲାଣି । ଏହି ଭୂତାଣୁ ଏବେ ଥାଇଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ତାଇୱାନ ଏବଂ ଅଷ୍ଟ୍ରେଲିଆରେ ପହଁଞ୍ଚିଛି । ବିଶ୍ୱବ୍ୟାପୀ ବିଭିନ୍ନ ବିମାନବନ୍ଦରରେ ଚୀନର ପର‌୍ୟ୍ୟଟକଙ୍କୁ ଭଲଭାବେ ସ୍କ୍ରିନିଂ କରାଯାଉଛି । ଚୀନରୁ ଆସୁଥିବା ଲୋକଙ୍କ ପାଇଁ ଦିଲ୍ଲୀ ବିମାନବନ୍ଦରରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ନଜର ରଖାଯାଇଛି । ଦିଲ୍ଲୀ, କୋଲକାତା, ମୁମ୍ୱାଇ, ଚେନ୍ନାଇ ସମେତ ୭ଟି ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ