ମକର ସଂକ୍ରାନ୍ତିରେ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ବର: ୧୫ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ସ୍କୁଲ, କଲେଜ ବନ୍ଦ ରହିବ। ପବିତ୍ର ମକର ସଂକ୍ରାନ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ଘୋଷଣା କରାଯାଇଛି। ମକର ସଂକ୍ରାନ୍ତି ହେଉଛି ଓଡିଶାର ଏକ ବଡ ପର୍ବ। ଏହିଦିନ ସୂର୍ଯ୍ୟଙ୍କର ଗତି ପରିବର୍ତ୍ତନ ହୋଇଥାଏ। ଏଥିସହିତ ମକର ସଂକ୍ରାନ୍ତି ଦିନ ଓଡିଶାର ଘରେ ଘରେ ମକର ଚାଉଳ କରାଯାଇ ପୂଜା କରାଯାଇଥାଏ। ଏହି ପୂଜାରେ ସମସ୍ତେ ନିଜକୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି। ମକର ସଂକ୍ରାନ୍ତି ଦିନ ଓଡିଶାର ବିଭିନ୍ନ ସ୍ଥାନରେ ମେଳା ଓ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏତେ ସବୁ କାର୍ଯ୍ୟକ୍ରମ ଥିବା ସତ୍ତ୍ବେ ମକର ସଂକ୍ରାନ୍ତି ସରକାରୀ ଛୁଟି ନ ଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ଛୁଟି ଘୋଷଣା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ