ମଙ୍ଗୁଲି ଗ୍ରାମର ୨ ରାସ୍ତା ଶୋଚନୀୟ: ମରାମତି ଦାବୀ କଲେ ଗ୍ରାମବାସୀ
ବନ୍ତ, (ଚାନ୍ଦିନୀ ମହାନ୍ତି ): ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମର ବ୍ରାହ୍ମଣ ସାହି ଠାରୁ ଆର.ଡି.ରୋଡ୍ ଏବଂ ବ୍ରାହ୍ମଣ ସାହି ଠାରୁ ପି.ଏମ.ଜି.ଏସ୍.ୱାଇ. ରାସ୍ତା ମରାମତି ଅଭାବରୁ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡିଛି । ରାସ୍ତାରେ ପାଣି ଜମି ରହିବା ଫଳରେ ପିଲା ମାନେ ବିଦ୍ୟାଳୟକୁ ଯାଇପାରୁନାହାନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିଟିଏ ଆସିପାରୁନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା କିମ୍ବା ବିଭିନ୍ନ ଜରୁରୀ କାର୍ଯ୍ୟରେ ଲୋକମାନେ ଏହି ରାସ୍ତା ଦେଇ ବ୍ଲକ ସଦର ମହକୁମା କିମ୍ବା ଜିଲା ମହକୁମାକୁ ଯାତାୟତ କରିପାରୁନାହାନ୍ତି । ବହୁ ବର୍ଷ ହେବ ରାସ୍ତା ମରାମତି ହୋଇନଥିବାରୁ ଏହା ଏବେ ମରଣଯନ୍ତା ପାଲଟିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବ୍ଲକ ଓ ଜିଲ୍ଳା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।


