ମଣ୍ଡଳ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗୀତା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନିଶାକର ଉଚ୍ଚ ବିଦ୍ୟାଳୟ ବାରିଗାଁରେ ମଣ୍ଡଳ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪ଟି ଉଚ୍ଚ ବିଦ୍ୟାଳୟର ୯୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ସୋସୋ କାନପୁର ହାଇସ୍କୁଲର ଦେବୀ ପ୍ରକାଶ ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶାଳଗିଆଁ ହାଇସ୍କୁଲର ନୀଳମାଧବ ସା ଦ୍ଵିତୀୟ, ଆମ୍ବୋ ଗୋପୀନାଥଜୀୟୁ ହାଇସ୍କୁଲର ଶୁଭସ୍ମୀତା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଧାନ ଶିକ୍ଷକ ନାରାୟଣ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବ୍ଲକଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ, ସମାନୀତ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ବ୍ଲକ ସହ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି, ମାନପତ୍ର ଓ ପଠନ ଉପକରଣ ପ୍ରଦାନ କରିଥିଲେ। ପୂର୍ବତନ ପ୍ରଧାନଶିକ୍ଷକ ମୋହନ କୁମାର ମହାନ୍ତିି, ଶିକ୍ଷକ ସୁଧାଶୁଂ ଶେଖର ବିଶ୍ଵାଳ, ଆଲୋକ କୁମାର ଦାସ, ଗୟାଧର ମଲ୍ଲିକ, ନାରାୟଣ ଚନ୍ଦ୍ର ସେଠୀ , ପ୍ରଶାନ୍ତ କୁମାର ଜେନା ପ୍ରମୁଖ ମୂଲ୍ୟାଙ୍କନ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପ୍ରଫୁଲ କୁମାର ଜେନା, ସିଆରସିସି କେଶବଚ଼ନ୍ଦ୍ର କର, ବ୍ରହ୍ମାନନ୍ଦ ତ୍ର୍ରିପାଠୀ, ହଳଧର ପଣ୍ଡା, ଅନିରୁଦ୍ଧ ସେଠୀ, ଆଲୋକ ନାଥ, ଦିବ୍ୟ ପ୍ରକାଶ ରଉତ, ମାନସ ନାୟକ , ଅଫିସ ସହାୟକ ସଞ୍ଜୟ କୁମାର ରାଉତ, ଉତ୍ତମ ଚ଼ରଣ ଦାସ, ଅରୁଣ କୁମାର ଦାସ, ଜୟନ୍ତ ମଣ୍ଡଳ, ଦେବେନ୍ଦ୍ର ଖୁଣ୍ଟିଆ, ବସନ୍ତ କୁମାର ଦାସ, ପୁର୍ଣ୍ଣଚନ୍ଦ୍ର ଜେନା, ନଳିନିକାନ୍ତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


