ମଣ୍ଡିରୁ ବାହାରେ ପଡି ବର୍ଷାରେ ଭିଜୁଛି ଶହଶହ କୁଇଣ୍ଟାଲ ଧାନ

ହାଟଡ଼ିହି: ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ଓ ଚାଷୀଙ୍କ ଠାରୁ ସହଜରେ ଧାନ କିଣାଯଯାଉଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ କେନ୍ଦୁଝର ଜିଲ୍ଲାରେ ମିଲରଙ୍କ ମନମାନୀ ଯୋଗୁଁ ଧାନ କିଣା ଏବେ ପ୍ରହସନ ପାଲଟିଛି । ହାଟଡିହି ବ୍ଲକର ଚାଷୀମାନେ ଶୋଷଣର ଶୀକାର ହେବା ସହିତ ଅନେକ କ୍ଷତି ସହୁଛନ୍ତି । ଯେତେ ହାରି ଗୁହାରି କଲେବି କେହି ସେମାନଙ୍କ କଥାକୁ ଶୁଣୁ ନାହାନ୍ତି । ଅଭିଯୋଗ ଅନୁଯାଇ ଡଅଁର ସମବାୟ ସମତି ଅଧିନରେ ଡଅଁର, ଶାଳଣିଆଁ, ଗେଡମା, ଆଇତିପୁର, କଳିଗାଁ, ଅଁରା, ଓରାଳି ଆଦି ୮ଟି ପଞ୍ଚାୟତର ୩୪ଟି ଗ୍ରାମର ଚାଷୀମାନେ ନିର୍ଭର କରିଥାନ୍ତି । ଏହି ଅଞ୍ଚଳର ଚାଷୀମାନେ ସାଧାରଣତ ଧାନଚାଷ ଉପରେ ହିଁ ନିର୍ଭର କରିଥାନ୍ତି । ଚାଷୀମାନେ ଡଅଁର ଧାନମଣ୍ଡିରେ ଧାନବିକ୍ରୀ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଚଳିତବର୍ଷ ଡଅଁର ସମବାୟ ସମିତିରେ ୧୪୮୯ଜଣ ଚାଷୀଙ୍କ ନାମ ପଞ୍ଜିକୃତ କରାଯାଇଥିବାବେଳେ ୯୫୯ଚାଷୀଙ୍କ ନାମ ଭେରିଫାଏଡ କରାଯାଇ ସେମାନଙ୍କ ପାଖରୁ ୫୫୪୭୨ କୁଇଣ୍ଟାଲ ଧାନ କିଣିବା ପାଇଁ ଁ ଟାର୍ଗେଟ ଦିଆଯାଇଥବବାବେଳେ ଏ ପର୍ଯ୍ୟନ୍ତ ୯୫୯ଜଣ ଚାଷୀଙ୍କ ଠରୁ ୫୨୭୨୭ କୁଇଣ୍ଟାଲ ଧାନ କ୍ରୟ ହୋଇଛି । ଏବେ ୪୨ଜଣ ଚାଷୀଙ୍କ ଠାରୁ ୧୫୫୧କୁଇଣ୍ଟାଲ ଧାନ କ୍ରୟ କରାଯାଇ ଚାଷୀଙ୍କ ଚକ୍ଷୁ ସଂଗ୍ରହ କରିଥିଲେ ମଧ୍ୟ ଗାଡି ଆସୁନଥିବାରୁ ଧାନ ବିକ୍ରୀ କରିନପାରି ଚାଷୀମାନେ ମଣ୍ଡି ସମ୍ମୁଖରେ ବସିରହିଛନ୍ତି । ଗୋଟିଏ ପଟେ ଗୋରୁଗାଈ, ଚୋରଙ୍କ ପାଇଁ ରାତି ଉଜାଗର ରହୁଥିବାବେଳେ ବର୍ଷା ଯୋଗୁଁ ଚାଷୀମାନେ ଏବେ ନିଜ ନିଜ ଧାନ ସୁରକ୍ଷିତ କରିବାରେ ଲାଗିପଡିଛନ୍ତି । ଏପରିକି ଅନେକ ଚାଷୀଙ୍କ ଧାନ ଗଜା ହୋଇଥିବାବେଳେ କିଛି ଚାଷୀଙ୍କ ଧାନ ବର୍ଷାରେ ଭିଜି ଓଦା ହୋଇଯାଇଥିବାରୁ ମିଲ ପକ୍ଷରୁ କରାଯାଉଥିବା କଟନି ଛଟନି କୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଯେପରି ହେଲେ କୁଇଣ୍ଟାଲ ପିଛା ୧୦ରୁ ୧୫କୁଇଣ୍ଟାଲ ଧାନ କଟାଯାଉଥିବାରୁ ଚାଷୀମାନେ କେବଳ ଶୋଷଣର ଶୀକାର ହେଉଥିବା ଅଭିଯୋଗ କରିଛନ୍ତି । ଏବେ ଚାଷୀ ହୃଦାନନ୍ଦ ଜେନା, ଦୁର୍ଯ୍ୟୋଧନ ଜେନା, ଧୃବଚରଣ ରାଉତ, ଶ୍ରୀବତ୍ସ ପହି, ରଞ୍ଜନ ପୁହାଣ, ଦିନବନ୍ଧୁ ଓଝା, ଦୟାନିଧି ଜେନା, ଅଭିମନ୍ୟୁ ଦେଓ, ବିଜୟ କୁମାର ଜେନା, ପର୍ଶୁରାମ ପରିଡା, ବଟକୃଷ୍ଣ ଜେନା, ଅଶୋକ ପ୍ରଧାନ, ମଦନ ମୋହନ ଦେଓ, ସୁରେନ୍ଦ୍ର ଦାସ, ପ୍ରଶାନ୍ତ ରାଉତ, ନୀଳମଣି ଦାସ, ଅର୍ଜୁନ ଚରଣ ନାୟକ, ବିନୋଦ ପୁହାଣ, ପ୍ରଦୀପ ପଟ୍ଟନାୟକ, ମହେଶ୍ୱର ଜେନା, ଗୌରାଙ୍ଗ ପହି, ମହେନ୍ଦ୍ର ସାହୁଙ୍କ ସମେତ ୪୦ରୁ ଉର୍ଦ୍ଧ ଚାଷୀ ଗତ ୧୫ଦିନ ହେଲା ହେଲା ଧାନ ପକାଇ ରାତି ଉଜାଗର ହୋଇ ପଡି ରହିଛନ୍ତି । ଏଠାରେ ଧାନ ରଖିବାପାଇଁ ଗୋଦାମ ଘର ନଥିବାରୁ ହଜାର ହଜାର କୁଇଣ୍ଟାଲ ଧାନ ଏବେ ଖରାବର୍ଷା ଖାଇ ଗଜା ହେଲାଣି । ଚାଷୀମାନେ ୫୦୦ ହଜାରେ ଖର୍ଚ୍ଚକରି ନୁଆପାଲ କିଣି ଧାନକୁ ଘୋଡାଇ ରଖିଥିଲେବି ବର୍ଷାରେ ଭିଜି ଯିବା ଦ୍ୱାରା ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ମାତ୍ର ଅଧା ଚାଷୀଙ୍କ ଠାରୁ ଧାନ କିଣା ହୋଇଥିବାବେଳେ ଆଉ ଚାଷୀଙ୍କ ଟୋକନ ଆସୁନଥିବାରୁ ଓ ମିଲର ଧାନ ଉଠାଉ ନଥିବାରୁ ମଣ୍ଡିରୁ ଧାନ ଉଠି ପାରୁନି ବୋଲି ସମ୍ପାଦକ କହିଛନ୍ତି । ସେହିପରି କିଛିଚାଷୀ ଓ ଧାନ ଅମଳ କରି ନଥିବାବେଳେ ବେପାରୀମାନେ ସେମାନଙ୍କ ଟୋକନକୁ କିଣିନେଇ ମାଲେମାଲ ହେଉଛନ୍ତି । ପ୍ରକୃତ ଚାଷୀଙ୍କ ଧାନ ଉଠୁ ନଥିବାବେଳେ ବେପାରୀଙ୍କ ମାଧ୍ୟମ ଦେଇ ଯାଉଥିବା ଧାନ ପ୍ରଥମେ ମିଲର ନେଇଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଧାନ କ୍ରୟ ପୁର୍ବରୁ ଜିଲ୍ଲାପାଳ ଯୋଗାଣ ବିଭାଗ ଅଧିକାରୀ ମିଲର ମାନଙ୍କୁ ଡାକି ବୈଠକ କରି କିପରି ସହଜରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବ ସେନେଇ ଆଲୋଚନା କରିଥିଲେବି ମିଲରଙ୍କ ମନମାନୀ ଯୋଗୁଁ ଏପରି ସମସ୍ୟାମାନ ସୃଷ୍ଟି ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏନେଇ ପଦକ୍ଷେପ ନେଇ ୭ଦିନ ଭିତରେ ଚାଷୀଙ୍କ ଧାନ କିଣିବାର ବ୍ୟବସ୍ଥା କରନ୍ତୁ ନଚେତ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ