ମଦ ଦୋକାନ ସ୍ଥାନାନ୍ତରିତ ଦାବିରେ ପୁଣି ମହିଳାଙ୍କ ଧାରଣା
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ଜନ ଗହଳିପୁର୍ଣ ବେଗୁନିଆପଡା ବସଷ୍ଟାଣ୍ଡ ନିକଟ ପରିବାର ରହୁଥିବା ଘର ପାର୍ଶ୍ଵ ରେ ଥିବା ମଦ ଦୋକାନ କୁ ବହୁ ବାଦ ବିବାଦ ରାସ୍ତାରୋକ ଧର୍ମଘଟ ଓ ଆନ୍ଦୋଳନ ପରେ ବନ୍ଦ ହୋଇଥିବା ବେଳେ ଏହା ପୁଣି ଖୋଲିବା ଦ୍ଵାରା ତୁରନ୍ତ ମଦ ଦୋକାନକୁ ସ୍ଥାନାନ୍ତରିତ ଦ୲ବିରେ ଶୁକ୍ରବାର ଦିନ ୧୧ଘଣ୍ଟ ସମୟ ରେଠିପି ଖୋଲା ମଦ ଦୋକାନ ଆଗରେ ଶତାଧିକ ମହିଳା ଓ ପୁରୁଷ ଧାରଣକ୍ଷ ଦେଇଥିଲେ କ୍ଷ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମଦ ଦୋକାନ ପଡୋଶୀରେ ରବିନ୍ଦ୍ର ନାଥ ଦାସଙ୍କ ପରିବାର ବାସ କରନ୍ତି କ୍ଷ ମଦ ଦୋକାନବୋଲି ଜାଣି ନ ପାରି ମଦ୍ୟପମାନେ ବେଳେ ବେଳେ ରବିନ୍ଦ୍ରଙ୍କ ଘରେ ଯାଇ ମଦ ମାଗନ୍ତି କ୍ଷ ବଜାର ମଧ୍ୟରେ ଥିବାରୁ ସାଧାରଣ ରେ ମଧ୍ୟ ଅସୁବିଧା ହଉଥିବାରୁ ଏହାର ପ୍ରତିବାଦରେ ୨୪/୧୨/୨୦୧୮ ରେ ରାସ୍ତାରୋକ କରିଥିଲେ କ୍ଷ ଏହାକୁ ଉପଲବ୍ଧ କରି ପ୍ରଶାସନିକ ଉଦ୍ୟମ ଫଳ ରେ ଦୋକାନ ଦୋକାନ ବନ୍ଦ ରହିଥିଲା କ୍ଷ ସେତେବେଳେ ତହସିଲଦାରଙ୍କ ପତ୍ର ସଂଖ୍ୟା ୧୯୫୦/୨୬/୫/୨୦୧୯ କୁ ଅନୁଧ୍ୟାନ କରି ଗଞ୍ଜାମ ଜିଲ୍ଲାପାଳଙ୍କ ଚିଠି ନଂ ୭୭୦/୨୬/୩/୨୦୧୯ ରେ ଉକ୍ତ ଦୋକାନ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କ୍ଷ ଏହା ସତ୍ଵେ ପ୍ରଶାସନ ର କଥା କୁ ଗୁରୁତ୍ଵ ନ ଦେଇ ବାରମ୍ବାର ଦୋକାନ ଖୋଲୂଥିଲେ ଏବଂ ଅଭିଯୋଗ ପରେ ବନ୍ଦ କରିଦେଉଥିଲେ ୲ କିନ୍ତୁ କିଛି ଦିନ ହେଵ ଲାଇସେନ୍ସ ନବୀକରଣ ଦ୍ଵାହି ଦେଇ ଦୋକାନ ଖୋଲିବାରୁ ୨୬/୦୮/୨୦୧୯ରେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଦେବା ସହିତ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇଥିଲେ ୲ ଯଦି ଉକ୍ତ ଦୋକାନ ୭ ଦିନ ମଧ୍ୟରେ ବନ୍ଦ କିମ୍ବା ସ୍ଥାନାନ୍ତରିତ କରା ନ ଯାଏ ତେବେ ପୁଣି ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁବୋଲି ସେଥିରେ ଉଲ୍ଲେଖ କରିଥିଲେ ୲ କିନ୍ତୁ କୌଣଷି କାର୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ବାଧ୍ୟ ହୋଇ ଗ୍ରାମବାସୀ ବେଗୁନିଆପଡା ବ୍ରହ୍ମପୁର ମୁକ୍ଷ୍ୟ ରାସ୍ତା ଅବରୋଧ କରିଥିଲେ ୲ ରାସ୍ତା ର ଉଭୟ ପାର୍ଶ୍ଵ ରେ ଗାଡି ବସ ଜମା ହେବା ପରେ ଖବର ପାଇ କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ଦାଶ , ତହସିଲଦାର ପ୍ରଭାତ କୁମାର ପରିଡ଼ା , ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସମେତ ଉଭୟ ଥାନା ଓ ଫାଣ୍ଡି କର୍ମଚାରୀ ପହଞ୍ଚି ଦୋକାନ ମାଲିକ ସାଙ୍ଗରେ ଆଲୋଚନା କରି ଧର୍ମଘଟ କାରୀଙ୍କୁ ବୁଝା ସୁଝା କରିବା ସହିତ ୧ ମାସ ମଧ୍ୟରେ ସେଠାରୁ ମଦ ଦୋକାନ ଉଛେଦ ହେଵ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହ୍ରୂତ ହୋଇଥିଲା ସତ୍ଵେ ବାରମ୍ବାର କାହିଁକି ଏମିତି ଦୋକାନ ଖୋଲା ଜାଉଛି ପଚାରିବାରେ ତହସିଲଦାର କହିଥିଲେ ଯେ ଲୋକଙ୍କ ଆବଶ୍ୟକତା ଅନୁଯାଇ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା କିନ୍ତୁ ବର୍ତ୍ତମାନ ସେ ଅବକାରୀ ଉଚ ପଦସ୍ଥ ଅଧିକାରୀଙ୍କ ନିକଟ ରୁ ଅନୁମତି ନେଇଛନ୍ତି ମଧ୍ୟ ଅବକାରୀ ଵିଭାଗ କୁ ଜଣାଇ ସାରିଛି ଆଉ ଏକ ମାସ ରୁ ଦୁଇ ମାସ ମଧ୍ୟରେ ସେଠାରୁ ସେ ଦୋକାନ ଭାଙ୍ଗି ଅନ୍ୟତ୍ର ସ୍ତାନ୲ନ୍ତର କରିବେ ବୋଲି କହିଥିଲେ ୲ କିନ୍ତୁ ଏତେ ଧର୍ମଘଟ , ଧାରଣା , ଆନ୍ଦୋଳନ , ରାସ୍ତା ଅବରୋଧ ସତ୍ଵେ ଲୋକଙ୍କ ମତାମତ କୁ ଗୁରୁତ୍ଵ ନ ଦେଇ ସାହି ମଝିରେ ଦୋକାନ ଖୋଲିବାକୁ କାହିଁକି ଅବକାରୀ ଵିଭାଗ ବାରଣ ନ କରି ନିରବ ରହିଛି ତାହା ଲୋକଙ୍କ ମନରେ ସନ୍ଦେହ ସ୍ରୁସ୍ଠି କରିଛି