ମଦ ବେପାରୀଙ୍କ ଆକ୍ରମଣ ଘଟଣା ୪ ଗିରଫ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡ଼ା ମେଡ଼ିକାଲ ଛକରେ ବାପା,ମାଆ,ପୁଅ।କୁ ମଦ ବେପାରୀଙ୍କ ଆକ୍ରମଣ ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ମାନେ ହେଲେ କଙ୍କୋରଡ଼ା ଗ୍ରାମର ସନ୍ୟାସୀ ଜେନା (୪୮), ସନ୍ତୋଷ ଜେନା (୪୫), ରାଘବ ପ୍ରଧାନ (୨୪), ଟୁନା ଓରଫ କାହ୍ନା ଜେନା (୩୩) ବୋଲି ସୂଚନା ମିଳିଛି। ତେବେ ଗିରଫ ଅଭିଯୁକ୍ତ ମାନଙ୍କର ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ଉପ କାରାଗାର ପଠାଇ ଦିଆଯାଇଛି। ଘଟଣା ଅନୁଯାୟୀ, ଗତ ରବିବାର ଦିନ କଙ୍କୋରଡ଼ା ମେଡ଼ିକାଲ ଛକରେ କୌଣସି ଘଟଣାକୁ କେନ୍ଦ୍ର କରି ବେଆଇନ ମଦ ବେପାରୀଙ୍କ ଗୁଣ୍ଡାଙ୍କ ମାଧ୍ୟମରେ ଗମ୍ଭାରିଗୁଡ଼ା ଗ୍ରାମର ଜୈନିକ ଯୁବକଙ୍କୁ ଆକ୍ରମଣ ପରେ ବୁଝାସୁଝା ପାଇଁ ଆସିଥିବା ବାପା ମାଆ ଙ୍କୁ ମଧ୍ୟ ସେମାନେ
ଆକ୍ରମଣ କରିଥିଲେ। ଆକ୍ରମଣ ଘଟଣାକୁ ନେଇ ପୀଡ଼ିତ ଙ୍କ ମାଆ ରବିବାର ସନ୍ଧ୍ୟାରେ ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପାଟପୁର ପୋଲିସ ପକ୍ଷରୁ ଥାନା କେଶ୍ ନଂ ୧୮୩/୨୫ ମାମଲା ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଚଳାଇଥିବା ବେଳେ ବୁଧବାର କଙ୍କୋରଡ଼ା ମେଡ଼ିକାଲ ଛକରେ ଥିବା ଫାଷ୍ଟଫୁଡ଼ ଦୋକାନ ନାଁ ରେ ବେଆଇନ ମଦ ଦୋକାନ ଉପରେ ଚଢ଼ାଉ କରି ବିପୁଳ ମଦ ଜବତ କରିଥିଲା। ତେବେ ଗୁରୁବାର ଦିନ କୌଣସି ସୂତ୍ରରୁ ଖବର ପାଇ ପାଟପୁର ପୋଲିସ କଙ୍କୋରଡ଼ା ରେ ଚଢାଉ କରି ଗ୍ରାମରୁ ୪ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆକ୍ରମଣ ଘଟଣାର ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ