ମଧ୍ୟପ୍ରଦେଶରେ ପ୍ରଥମ ମୁଣ୍ଡ ନେଲା କରୋନା
ଭୋପାଳ : ଦେଶରେ କରୋନା ପ୍ରଭାବରେ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ବୁଧବାର ମଧ୍ୟପ୍ରଦେଶରେ ଜଣେ ମହିଳା ପ୍ରାଣ ହରାଇବା ସହିତ କରୋନା ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ସଙ୍କ୍ରମିତ ମହିଳା ଜଣକ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ପ୍ରାଣ ହରାଇଛନ୍ତି । ଏହି ୬୫ ବର୍ଷୀୟ ମହିଳା ଜଣକ ବୁଧବାର ପ୍ରାଣ ହରାଇଛନ୍ତି । ଏହା ସହିତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୬ରେ ପହଞ୍ଚିଥିବା ନେଇ ସୂଚନା ଦିଆଯାଇଛି ।


