ମଧ୍ୟପ୍ରଦେଶରେ ଶୋଚନୀୟ ପରାଜୟ କଂଗ୍ରେସର ଚିନ୍ତା ବଢ଼ାଇଲା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଉପ ନିର୍ବାଚନ କଂଗ୍ରେସ ପାଇଁ ବହୁତ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି। ଦଳର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ରାଜ୍ୟ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ବ ପ୍ରତି କ ଆହ୍ବାନ ସୃଷ୍ଟି କରିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବ୍ୟକ୍ତିତ୍ବ ଏବଂ ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମିଳିତ ନେତୃତ୍ବରେ ବିଜେପି ଉପ ନିର୍ବାଚନରେ ଅତି ଉତ୍ତମ ପ୍ରଦର୍ଶନ କରିପାରିଛି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତି ମଧ୍ୟପ୍ରଦେଶ ଭୋଟରମାନଙ୍କୁ ପ୍ରଭାବିତ କରିଛି। ବିଜେପିର ଏହି ମିଳିତ ଶକ୍ତିର ମୁକାବିଲା କରିବାରେ କଂଗ୍ରେସ ସମ୍ପୂର୍ଣ୍ଣ ବିଫଳ ହୋଇଛି। ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିବାବେଳେ ୧୯ଟିରେ ବି‌ଜେପିର ବିଜୟ ହୋ‌ଇଛି। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା। ମାତ୍ର କରୋନା ମହାମାରୀ ସମୟରେ ୨୫ ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହି ବିଧାୟକମାନେ ଇସ୍ତଫା ଦେବା ପରେ କଂଗ୍ରେସ ସଂଖ୍ୟାଲଘୁ ସରକାରରେ ପରିଣତ ହୋଇଥିଲା ଏବଂ ଉପ ନିର୍ବାଚନରେ କଂଗ୍ରେସର ସବୁ ଆଶା ଧୂଳିସାତ୍‌ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ